ସୋନୁଙ୍କୁ ସହାୟତାର ହାତ ବଢାଇଲେ ସୋନୁ

ଆଜିକାଲି ସୋସିଆଲ ମିଡିଆରେ ବିହାରର ସୋନୁ କୁମାର ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ପଞ୍ଚମ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ବାଳକ ସୋନୁ ନିକଟରେ ବିବାହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ପାଠପଢା ପାଇଁ ସହାୟତା ମାଗି ଚର୍ଚ୍ଚାକୁ ଆସିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କରୋନା ମହାମାରୀ ସମୟରେ ହଜାର ହଜାର ଲୋକଙ୍କ ସହାୟତା ଦେଇଥିବା ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ସୋନୁଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି। ସୋନୁ ସୁଦ୍‌ ଟୁଇଟ୍‌ କରି ଲେଖିଛନ୍ତି- ସୋନୁ ସୋନୁଙ୍କ କଥା ଶୁଣିଲେ ଭାଇ। ସ୍କୁଲ ବ୍ୟାଗ ବାନ୍ଧ। ତୁମର ସମ୍ପୂର୍ଣ୍ଣ ଶିକ୍ଷା ଏବଂ ହଷ୍ଟେଲ ବ୍ୟବସ୍ଥା କରାଯାଇଛି । ସୋନୁ ତାଙ୍କ ଟୁଇଟ୍‌ରେ ମଧ୍ୟ କହିଛନ୍ତି, ଆଇଡିଆ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ବିହଟା (ପାଟନା) ରେ ସୋନୁଙ୍କ ଆଡମିଶନ କରାଯାଇଛି।

ମେ ୧୬ରେ ମୁଖ୍ୟମନ୍ତ୍ରୀଙ୍କ ନାଳନ୍ଦା ଗସ୍ତ ସମୟରେ ବିହାରର ଏକ ସରକାରୀ ବିଦ୍ୟାଳୟର ସୋନୁ ଭିଡ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲେ। ସେ ସାର୍‌ ଶୁଣନ୍ତୁ କହି ଡାକିବା ମାତ୍ରେ ନୀତିଶ କୁମାର ଆଶ୍ଚର୍ଯ୍ୟ ହୋଇ ତାଙ୍କ ନିକଟକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସୋନୁ କହିଥିଲେ, ସାର୍‌ ଆମକୁ ଆଇଏଏସ୍‌, ଆଇପିଏସ୍‌ ହେବାର ଅଛି, ସରକାର ସ୍କୁଲରେ ପାଠପଢା ହେଉ ନାହିଁ।
ମୋ ପିତା ରଣବିଜୟ ଯାଦବ ଜଣେ ମଦ୍ୟପ। ସେ ରୋଜଗାରର ସମସ୍ତ ଟଙ୍କା ମଦ୍ୟପାନରେ ଖର୍ଚ୍ଚ କରନ୍ତି। ଏହି କାରଣରୁ ପରିବାର ମୋତେ ଏକ ଘରୋଇ ବିଦ୍ୟାଳୟକୁ ପଠାଇବାକୁ ସକ୍ଷମ ନୁହଁନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଧିକାରୀମାନଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଛନ୍ତି। ଏହାସହ ତୁରନ୍ତ ଡେପୁଟି ଡେଭଲପମେଣ୍ଟ କମିଶନରଙ୍କୁ ତାଙ୍କର ପରବର୍ତ୍ତୀ ଅଧ୍ୟୟନର ଦାୟିତ୍ୱ ଦେଇଛନ୍ତି।

Share