ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍‌

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍‌ ଶନିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସକୁ ଯାଇ ସୋନୁ ସୁଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିଲେ ସୋନୁ। ଏପରିକି ସୋନୁଙ୍କ ଯୋଗୁ ଶହ ଶହ ପ୍ରବାସୀ ଓଡ଼ିଆ ଘରକୁ ଫେରିଥିଲେ।

 

ପରେ ମୁଖ୍ୟମନ୍ତ୍ରୀ ସୋନୁଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ଏପରି କାର୍ଯ୍ୟ ପାଇଁ ପ୍ରଶଂସା ବି କରିଛନ୍ତି। ସୋନୁ ମଧ୍ୟ ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟକୁ ଜାଣିବା ପାଇଁ ଉତ୍ସାହିତ ଥିବା କହିଛନ୍ତି। କରୋନା ସମୟରେ ସୋନୁଙ୍କ ସହାୟତାକୁ ଲୋକେ ଆଜି ବି ମନେ ପକାଇ ତାଙ୍କୁ ପୂଜାର୍ଚ୍ଚନା କରୁଥିବାର ଚର୍ଚ୍ଚା ହୁଏ।

Share