ବଲିଉଡ଼ କଳାକାର ବରୁଣଙ୍କୁ ଜୋରଦାର ସ୍ବାଗତ: ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ କଲେ ବଣ୍ଟନ

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ)-ବଲିଉଡ଼ର ଫଲି କଳାକାର ବରୁଣ ବିଶୋଇଙ୍କୁ ଦାରିଙ୍ଗବାଡି ବ୍ଲକ ଦନେକବାଡି ବିରାଗଡା଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ବିଦ୍ୟଳୟର ପ୍ରଧାନଶିକ୍ଷକ ବ୍ରଜ କିଶୋର ସିଂଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବଲିଉଡ଼ କଳାକାର ବରୁଣ ବିଶୋଇ ଓ ତାଙ୍କ ଟିମ ଶିବଶମ୍ଭୁ ଦିଗାଲ, ଶ୍ରୀକ୍ଷେତ୍ର ଦିଗାଲ,ରୋଜାଲିନ ବିଶୋଇଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ବାଗତ ସହ ସମ୍ବର୍ଦ୍ଧନା କରାଯାଇଥିଲା। ବରୁଣ ଓ ଟିମ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ବଲିଉଡ଼ କଳାକାର ବରୁଣ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ନିଜର ସଂଘର୍ଷର କାହାଣୀ କହିବା ସହ ସଫଳତା ଗୋଟିଏ ଦିନରେ ନୁହେଁ,ଲଗାତାର ଭାବେ ପରିଶ୍ରମ କରିବା ସହ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ସେ କିଭଳି ସଂଘର୍ଷ କରି ଆଜି ସାରା ଭାରତ ବର୍ଷ ରେ ସ୍ବତନ୍ତ୍ର ନାମ ସୃଷ୍ଟି କରିପାରିଛନ୍ତି ବୋଲି ସେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ କହିଥିଲେ। ଛାତ୍ରୀଛାତ୍ରଙ୍କ ଉତ୍ତମ ପାଠ ପା ପାଇଁ ଆବଶ୍ୟକ ଗାଇଡ଼ ପୁସ୍ତକ ସହ ପାଠ୍ୟ ଉପକରଣ ଯୋଗାଇଦେଇଥିଲେ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ର ଙ୍କୁ ସେ ବିଭିନ୍ନ ଉପଦେଶ ଦେବା ସହ ସେମାନଙ୍କୁ ସହାୟତା କରି ନିଜକୁ ଗର୍ବ ଅନୁଭବ କରୁଥିବା ବରୁଣ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବଲିଉଡ଼ କଳାକାର ବରୁଣ ବିଶୋଇ ହିନ୍ଦୀ ଚଳଚିତ୍ର ଗଦର ଟୁ ସମେତ ସ୍ତ୍ରୀ -ଟୁ, ଓଡ଼ିଆ ଫିଲ୍ମ ଦମନ,ବିଗୁଲ ଭଳି ଫିଲ୍ମ ରେ ଫଲି ରେକର୍‌ ଭାବେ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିଛନ୍ତି। ଆଗକୁ ନୂଆ ଓଡ଼ିଆ ଚଳଚିତ୍ର ପରବ ପାଇଁ ସେ ଫଲି ରେକର୍‌ କାର୍ଯ୍ୟ କରୁଛନ୍ତି ଯେଉଁଠି ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧରୀ ଭଳି ବରିଷ୍ଠ ଓଲିଉଡ଼ କଳାକାର ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ପଞ୍ଚୁଦଣ୍ଡ ମିଳନ: ଦେଖିବାକୁ ମିଳିଲା ବନ୍ୟଜନ୍ତୁଙ୍କ ସୁରକ୍ଷାର ଦୃଶ୍ୟ

ଦାରିଙ୍ଗବାଡି,୭।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ମଙ୍ଗଳବାର ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଦ୍ବିପ୍ରହରରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରମ୍ପରିକ...

ତାରାତାରିଣୀଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀ-ବିଧାୟକ: ରାଜ୍ୟବାସୀଙ୍କ ବିକାଶ ଲାଗି କଲେ ପ୍ରାର୍ଥନା

ପୁରୁଷୋତ୍ତମପୁର,୮।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ଘଟିଛି। ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି...

ଏହି ଦିନଠୁ ପୁରୀରେ ଶ୍ରୀଜିଉଙ୍କ ଧାଡ଼ି ଦର୍ଶନ

ପୁରୀ,୮।୪: ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ଶ୍ରୀଜିଉଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।...

୫୦୦,୧୦୦୦ କି ୧୨୦୦ ନୁହେଁ ୨୯୦୦ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ ୧୦ଗ୍ରାମ ସୁନା ଦାମ୍‌ କେତେ ହେଲା…

ନୂଆଦିଲ୍ଲୀ,୮।୪:ସୁନା ଉପର ଲାଗିଛି ନଜର। ଯେବେଠାରୁ ଚାଇନା ଆମେରିକା ଉପରେ ଶୁଳ୍କ ଲାଗୁ କରିଛି। ସେବେଠାରୁ, ସୁନା ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି।...

ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଝିଅ ଟିଫାନି ଟ୍ରମ୍ପ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୧ ବର୍ଷୀୟା ଟିଫାନି ଚଳିତ ବର୍ଷ...

ପୁଣି ଟ୍ରେନ୍‌ ଦୁର୍ଘଟଣା: ଦୁଇ ଫାଳ ହୋଇଗଲା ଫାଲକନମା ଏକ୍ସପ୍ରେସ

ବିଶାଖାପାଟଣା,୮।୪: ପୁଣି ଏକ ଟ୍ରେନ୍‌ ଦୁର୍ଘଟଣା ମଙ୍ଗଳବାର ସାମ୍‌ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପାଲାସା ସୁମାଦେବୀ ନିକଟରେ ବିଶାଖାପାଟଣା ଦେଇ ସାଲିମର ଯାଉଥିବା ଫାଲକନମା ଏକ୍ସପ୍ରେସ...

ବିଜେଡି ନେତା ସମ୍ବିତ ରାଉତରାୟଙ୍କ ବଡ଼ ବୟାନ: ପାଣ୍ଡିଆନଙ୍କୁ ଅତୀତ କହି…

ଭୁବନେଶ୍ୱର,୪।୮: ୱାକଫ୍‌ ବିଲ ଭୋଟିଂ ନେଇ ରାଜନୀତି ସରଗରମ  ରହିଥିବା ବେଳେ ନବୀନ ନିବାସରେ ହେବିଓ୍ବେଟଙ୍କୁ ନେଇ ଚାଲିଛି ମାନସ ମନ୍ଥନ। ଏପଟେ  ବଡ଼ ବୟାନ...

ଚାଲିଛି ଓଡ଼ିଆ ପକ୍ଷ: ବିଶ୍ୱବିନାୟକ କଲେଜ ପକ୍ଷରୁ ୩୪ ୟୁନିଟ ରକ୍ତ ସଂଗ୍ରହ

ପାଟଣା,୮।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇ ଟାଙ୍ଗିରୀସ୍ଥିତ ବିଶ୍ୱବିନାୟକ ଡିଗ୍ରୀ କଲେଜ ଯୁବ ରେଡକ୍ରସ ଶାଖା ତରଫରୁ ଓଡ଼ିଆ ପକ୍ଷ ଉପଲକ୍ଷେ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image