ମହିଳା କଳାକାରଙ୍କୁ ଅସଦାଚରଣ କରି ଗିରଫ ହେଲେ ବଲିଉଡର ଏହି ଅଭିନେତା

ମୁମ୍ବାଇ, ୩।୧୧-ମହିଳା କଳାକାରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଲିଉଡ ଅଭିନେତା ବିଜୟ ରାଜଙ୍କୁ ମଙ୍ଗଳବାର ରାମନଗର ପୋଲିସ ଗିରଫ କରିଛି। ମହାରାଷ୍ଟ୍ରର ଗୋଣ୍ଡିଆ ଜିଲାରୁ ତାଙ୍କୁ ଗିରଫ କରାଯାଇଛି। ବିଜୟ ଫିଲ୍ମ ସେଟରେ ମହିଳା କଳାକାରଙ୍କୁ ଅସଦାଚରଣ କରିଥିବା ନେଇ ଗତ ସୋମବାର ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ଆଇପିସିର ଧାରା ୩୫୪ ଅନୁଯାୟୀ ଅଭିନେତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।
ସୂଚନାଯୋଗ୍ୟ, ବିଜୟ ବଲିଉଡର ଜଣେ ଜଣାଶୁଣା ଅଭିନେତା। ସେ ଅନେକ ହିଟ ଫିଲ୍ମରେ ଅଭିନୟ କରିଛନ୍ତି। ୧୯୯୯ ରେ ଫିଲ୍ମ ’ଭୋପାଳ ଏକ୍ସପ୍ରେସରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

Share