ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ବିବେକ ଓବରୋଏ

ନୂଆଦିଲ୍ଲୀ/ଲଣ୍ଡନ,୧।୭:ବିବେକ ଓବରୋଏ ଦର୍ଶକଙ୍କୁ ବହୁତଗୁଡିଏ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। କିନ୍ତୁ ସେ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦରରେ ଅଛନ୍ତି। ନିକଟରେ ବିବେକ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ଭେଟିଛନ୍ତି। ସେ ଇଂଲଣ୍ଡରେ ବ୍ରିଟେନ-ଇଣ୍ଡିଆ ୨୦୨୩ ଉତ୍ସବରେ ଯୋଗ ଦେଇଥିଲେ। ସେଠାରେ ସେ ସୁନକଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବିବେକଙ୍କ ସହ ସୋନମ କପୁର ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ।

ବିବେକ ଟ୍ବିଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଧନ୍ୟବାଦ। ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ଆପଣ ଆମକୁ ଭବ୍ୟ ସ୍ବାଗତ କରିଛନ୍ତି। ଆପଣ, ଆପଣଙ୍କ ପରିବାର ଏବଂ ପୁରା ଟିମ୍‌ ଉତ୍ସବକୁ ଚମତ୍କାର ହୋଷ୍ଟ କରିଛନ୍ତି। ଆପଣ ଭାରତ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାକୁ କଠିନ ପରିଶ୍ରମ କରିଛନ୍ତି।
ସେ ଆହୁରି କହିଛନ୍ତି, ଯେତେବେଳେ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ କୁହନ୍ତି ତାଙ୍କୁ ଆପଣ ମୋଦି ଜୀ ବୋଲି ସମ୍ବୋଧନ କରନ୍ତି। ଯାହା ଆମ ହୃଦୟକୁ ଛୁଇଁଯାଏ। ଏହା ଆପଣଙ୍କ ଭାରତୀୟ ସଂସ୍କୃତି ଦର୍ଶାଇଥାଏ। ମୁଁ ଅକ୍ଷତ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀଙ୍କୁ ମଧ୍ୟ ମୋର ବିଶେଷ କୃତଜ୍ଞତା ଜଣାଉଛି। ଏମାନେ ହିଁ ସୁପରଷ୍ଟାର ଅଟନ୍ତି।

Share