ଫଟୋଗ୍ରାଫର୍‌ଙ୍କ ପାଇଁ ସର୍ତ୍ତ ରଖିଲେ କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିକଟରେ ଦ୍ୱିତୀୟଥର ପୁତ୍ର ସନ୍ତାନର ମା’ ହୋଇଛନ୍ତି। ମା’ ହେବାର ଅଳ୍ପ କିଛିଦିନ ପରେ ସେ କର୍ମ କ୍ଷେତ୍ରକୁ ଫେରିଛନ୍ତି। ସେ କାମକୁ ଯାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏତେ ଛୋଟ ପୁଅକୁ ଛାଡି କାମକୁ ଫେରିବାର ନିଷ୍ପତ୍ତିକୁ ପ୍ରଶଂସକ ଗ୍ରହଣ ନ କରି କରୀନାଙ୍କୁ ଟ୍ରୋଲ କରିଥିଲେ। କରୀନା କାମକୁ ଯାଉଛନ୍ତି ସତ, କିନ୍ତୁ କରୋନା ଯୋଗୁ ସେ ବେଶ୍‌ ସଚେତନତା ଅବଲମ୍ବନ କରୁଛନ୍ତି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି। ନିଜଟରେ ଫଟୋଗ୍ରାଫର୍‌ ତାଙ୍କୁ ମାସ୍କ ଖୋଲିବା ପାଇଁ କହିଥିଲେ, ଏଥିପାଇଁ ବେବୋ ଏକ ସର୍ତ୍ତ ରଖିଥିଲେ। ସେ ଫଟୋଗ୍ରାଫରଙ୍କୁ କହିଛନ୍ତି ଯଦି ଆପଣମାନେ ଦୂରରେ ରହିବେ ତେବେ ଯାଇ ମୁଁ ମାସ୍କ ଖୋଲିବି। ଫଟୋଗ୍ରାଫରମାନେ ଦୂରରେ ଥାଇ ଫଟୋ ନେବାରୁ କରୀନା ମାସ୍କ ଖୋଲି ପୋଜ୍‌ ଦେଇଥିଲେ। ଅମିର ଖାଁଙ୍କ ଆଗାମୀ ଫିଲ୍ମ ଲାଲ ସିଂ ଚଢାରେ କରୀନା ନଜର ଆସିବେ।

Share