Categories: ଖେଳ

ମହମ୍ମଦ ଶାମିଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ ବଲିଉଡ ଅଭିନେତ୍ରୀ

ନୂଆଦିଲ୍ଲୀ,୯।୧୧ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ବିଶ୍ୱକପରେ ତାଙ୍କର ଜଲଓ୍ବା ଜାରି ରଖିଛନ୍ତି। ବିରୋଧୀ ଟିମର ବ୍ୟାଟ୍ସମ୍ୟାନଙ୍କ ପାଇଁ ମହମ୍ମଦ ଶାମି ଏକ ସମସ୍ୟା ହୋଇ ରହିଛନ୍ତି। ସର୍ବାଧିକ ୱିକେଟ ନେଇଥିବା ବୋଲର ତାଲିକାରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି। କିନ୍ତୁ ବିଶେଷ କଥା ହେଉଛି ସେକେବଳ ୪ଟି ମ୍ୟାଚ ଖେଳିଛନ୍ତି, ଯାହାକି ଅନ୍ୟ ଶ୍ରେଷ୍ଠ ବୋଲରଙ୍କ ପ୍ରାୟ ଅଧା ଅଟେ। ସେ ୪ଟି ମ୍ୟାଚରେ ସେ ୭ଟି ଆଭରେଜରେ ବିରୋଧୀ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କର ଶିକାର କରିଛନ୍ତି।
ତେବେ ବର୍ତ୍ତମାନ ଶାମି ଏକ ଭିନ୍ନ କାରଣ ପାଇଁ ସୋସିଆଲ ମିଡିଆରେ ହେଡଲାଇନରେ ରହିଛନ୍ତି। କାରଣ ହେଲା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପାୟଲ ଘୋଷ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ପାୟଲ ଘୋଷ ଟୁଇଟ କରିଛନ୍ତି, ଏହି ଟୁଇଟରେ ସେ ମହମ୍ମଦ ଶାମିଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ଅଭଭିନେତ୍ରୀ ଟୁଇଟରରେ ଲେଖିଛନ୍ତି ଯେ ଶାମି, ତୁମେ ତୁମର ଇଂରାଜୀକୁ ସୁଧାରି ଦିଅ, ମୁଁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ।
ତେବେ ସୋସିଆଲ ମିଡିଆରେ ବଲିଉଡର ପ୍ରସିଦ୍ଧ ଏହି ଅଭିନେତ୍ରୀ ପାୟଲ ଘୋଷଙ୍କ ଟୁଇଟ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ କରି କ୍ରମାଗତ ଭାବରେ ନିଜର ମତାମତ ଦେଉଛନ୍ତି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଚମତ୍କାର ଯାତ୍ରା ବିଶ୍ୱକପରେ ଜାରି ରହିଛି। କ୍ରମାଗତ ୮ଟି ମ୍ୟାଚ ଜିତି ସେମିଫାଇନାଲରେ ଭାରତୀୟ ଦଳ ନିଜର ସ୍ଥାନ ହାସଲ କରିଛି। ସେମିଫାଇନାଲରେ ପ୍ରବେଶ କରିଥିବା ଭାରତ ପ୍ରଥମ ଦଳ ହୋଇପାରିଛି। ତେବେ ଭାରତୀୟ ଦଳ ଏହାର ଶେଷ ଲିଗ ମ୍ୟାଚ ନେଦରଲ୍ୟାଣ୍ଡ ବିପକ୍ଷରେ ୧୨ ନଭେମ୍ବରରେ ଖେଳିବ।

Share