ରିୟା ଚକ୍ରବର୍ତ୍ତୀଙ୍କୁ ଫଟୋଗ୍ରାଫର ପଚାରିଲେ କେମିତି ଅଛନ୍ତି ଆପଣ: ମିଳିଲା ଏମିତି ଉତ୍ତର…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିବା ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ନିକଟରେ ଜିମ୍‌ ବାହାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଫଟୋଗ୍ରାଫରଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା ଏବଂ ସେମାନେ ରିୟାଙ୍କ ଫଟୋ ଉଠାଇଥିଲେ। ଫଟୋଗ୍ରାଫର ରିୟାଙ୍କୁ କିପରି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ସେ କହିଥିଲେ ଯେ, ମୁଁ ଠିକ୍‌ ହେଉଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗତ ବର୍ଷ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ରିୟାଙ୍କୁ ଜେଲ ଯିବାକୁ ପଡ଼ିଥିଲା।

Share