ଫଟୋଗ୍ରାଫରଙ୍କୁ ହାତଯୋଡି ଏମିତି କହିଲେ ରିୟା ଚକ୍ରବର୍ତ୍ତୀ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତଙ୍କ ପ୍ରେମିକା ରିୟାଙ୍କୁ ଡ୍ରଗ୍ସ କାରବାରରେ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା। ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ରିୟାଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। ଏଥିସହ ପୁଅକୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏବେ ରିୟା ଯେଉଁଆଡେ ବି ଯାଉଛନ୍ତି କ୍ୟାମେରାମ୍ୟାନ୍‌ ତାଙ୍କୁ ଘେରିଯାଉଛନ୍ତି। ନିକଟରେ ରିୟାଙ୍କ ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ ଫଟୋଗ୍ରାଫର ରିୟାଙ୍କୁ ଘେରି ରହିଥିବା ବେଳେ ସେ ହାତ ଯୋଡୁଥିବା ଦେଖିବାକୁ ମିଳୁଛି। ଏଥିସହ ସେ କହୁଛନ୍ତି, ଦୟାକରି ମୋର ପିଛା କରିବା ବନ୍ଦ କରନ୍ତୁ ବୋଲି ରିୟା କହୁଛନ୍ତି।

Share