Categories: ଜାତୀୟ

କଂଗ୍ରେସରେ ସାମିଲ ହେଲେ ବଲିଉଡ୍‌ ଅଭିନେତ୍ରୀ ରିମି ସେନ

ଡେରାଡୁନ୍‌,୮।୨: ବଲିଉଡ୍‌ ଅଭିନେତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ରିମି ସେନ ଉତ୍ତରାଖଣ୍ଡରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏ ନେଇ ହରିଶ ରାୱତ ସୂଚନା ଦେଇଛନ୍ତି ।

ରିମି ସେନ କଂଗ୍ରେସରେ ଯୋଗ ଦେଉଥିବା ସମୟର ଭିଡିଓ ନିଜ ଅଫିସିଆଲ ଟୁଇଟ୍‌ରରେ ହରିଶ ରାୱତ ଅପଲୋଡ କରିଛନ୍ତି । ଭାରତୀୟ ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଓ ବିଜେପିର ପୂର୍ବତନ ତାରକା ପ୍ରଚାରକ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ମୁଁ ତାଙ୍କର ବହୁତ ବହୁତ ସ୍ବାଗତ କରୁଛି ବୋଲି ସେ ଲେଖିଛନ୍ତି। ଏହି ଅଭିନେତ୍ରୀଙ୍କୁ ହଙ୍ଗାମା ,ବାଗବାନ, ଧୁମ, ଫିର ହେରା ଫେରି ଏବଂ ଗୋଲମାଲ ଅନଲିମିଟେଡ୍‌ ଭଳି ସିନେମାରେ ଦେଖିବାକୁ ମିଳିଥିଲା। ସେ ୨୦୧୫ରେ ରିଆଲିଟି ଶୋ ‘ବିଗ ବସ୍‌’ରେ ପ୍ରତିଯୋଗୀ ଥିଲେ।

Share