ନିସନ୍ତାନ ସତ୍ତ୍ୱେ ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି ଏସବୁ ଲୋକପ୍ରିୟ ନାୟିକା

ବମ୍ବେ: ବିବାହ ପରେ ସନ୍ତାନ ନହେଲେ ଅନେକ ଘର ଭାଙ୍ଗିଯିବାର ନଜିର ରହିଛି। ହେଲେ ବଲିଉଡ୍‌ରେ କିଛି ଅଭିନେତ୍ରୀ ନିସନ୍ତାନ ଥିବା ସତ୍ତ୍ୱେ ସୁଖୀ ବୈବାହିକ ଜୀବନ ଜିଉଁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସାୟରା ବାନୋ, କିରଣ ଖେର, ସଙ୍ଗୀତା ବିଜଲାନୀ, ଶବାନା ଆଜମୀ, ଡଲି ଆଲୁବାଲିଆ, ଜୟାପ୍ରଦାଙ୍କ ଭଳି ନାୟିକା।

ସାୟରା-ଦିଲ୍ଲୀପ କୁମାର ନିସନ୍ତାନ। ଉଭୟଙ୍କ ବିବାହକୁ ୫୦ ବର୍ଷରୁ ଅଧିକ ସମୟ ବିତିଲାଣି। ୧୯୭୨ରେ ସେ ମା’ ହେବାକୁ ଯାଉଥିଲେ, ହେଲେ ଛୁଆକୁ ବଞ୍ଚାଇ ହୋଇ ନ ଥିଲା। ଏହାପରଠାରୁ ସେ କେବେ ବି ଗର୍ଭବତୀ ହୋଇନାହାନ୍ତି।

ଅଭିନେତ୍ରୀ କିରଣ ଖେର ଅନୁପମ ଖେରଙ୍କୁ ୧୯୮୫ରେ ଦ୍ୱିତୀୟ ବିବାହ କରିଥିଲେ। ୩୫ ବର୍ଷ ବିତିଥିଲେ ହେଁ ସେମାନଙ୍କର କୌଣସି ସନ୍ତାନ ନାହିଁ। ପ୍ରଥମ ବିବାହରୁ କିରଣଙ୍କ କେବଳ ଏକ ପୁଅ ଅଛି। ସଙ୍ଗୀତା ମହମ୍ମଦ ଆଜାରୁଦ୍ଦିନଙ୍କୁ ବିବାହ କରିଥିଲେ। ବିବାହକୁ ୧୩ ବର୍ଷ ବିତିଛି। ହେଲେ ସେ ନିସନ୍ତାନ ଅଛନ୍ତି। ସେହିଭଳି ଶବାନା ଜାଭେଦ ଅଖତରଙ୍କ ହାତ ଧରିଥିଲେ। ଦ୍ୱିତୀୟ ସ୍ତ୍ରୀ ହୋଇଥିବା ଶବାନା ନିସନ୍ତାନ ରହିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ବିବାହରୁ ଜାଭେଦଙ୍କ ଦୁଇ ସନ୍ତାନ ରହିଛି।

Share