ଚରିତ୍ର ଲାଗି ଲଣ୍ଡା

ବମ୍ବେ: କଳାକାରଟିଏ ନିଜକୁ ଚରିତ୍ରରେ ଢ଼ାଳିବା ପାଇଁ କିଛି ବି କରିପାରେ। ଏପରି ଅନେକ ଦୃଷ୍ଟାନ୍ତ ବଲିଉଡ୍‌ରେ ଦେଖିବାକୁ ମିଳିଛି। ଅନେକ ଅଭିନେତ୍ରୀ ନିଜର ଚରିତ୍ର ଲାଗି ଲଣ୍ଡା ହେବାକୁ ପଛାଇ ନାହାନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶବାନା ଆଜମୀଙ୍କଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଅଭିନେତ୍ରୀ।

ଶବାନା ଫିଲ୍ମ ‘ଓ୍ବାଟର’ ପାଇଁ ଲଣ୍ଡା ହୋଇଥିଲେ। ପ୍ରଶଂସକ ତାଙ୍କୁ ସେଭଳି ରୂପରେ ଦେଖି ଚକିତ ହୋଇଯାଇଥିଲେ। ଫିଲ୍ମଟି ବିଧବାଙ୍କ ଜୀବନ ଉପରେ ଆଧାରିତ ଥିଲା। ମାତ୍ର ଫିଲ୍ମଟି ରିଲିଜ ହୋଇପାରି ନ ଥିଲା। କାରଣ ଏହାର କାହାଣୀ ବିବାଦୀୟ ବୋଲି କୁହାଯାଇଥିଲା।

ଲୋକପ୍ରିୟ ପ୍ରିୟଙ୍କା ଚୋପ୍ରା ‘ମ୍ୟାରି କମ୍‌’ ଫିଲ୍ମ ଲାଗି ଲଣ୍ଡା ହୋଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା।
ଅଭିନେତ୍ରୀ ତନୁଜା ମଧ୍ୟ ‘ପିତୃଋଣ’ ଫିଲ୍ମ ଲାଗି ଲଣ୍ଡା ହୋଇଥିଲେ। ଫିଲ୍ମ ‘ବାଜିରାଓ ମସ୍ତାନୀ’ ଲାଗି ରଣବୀର ସିଂହଙ୍କ ମା’ ଚରିତ୍ରରେ ନଜର ଆସିଥିବା ତନ୍‌ଭି ଆଜମୀ ଲଣ୍ଡା ହୋଇଥିଲେ।

ନିକଟରେ ଶିଳ୍ପା ସେଟ୍ଟୀ ଅଣ୍ଡରକଟ୍‌ ହେୟାର ଷ୍ଟାଇଲ କରି ଚର୍ଚ୍ଚାରେ ରହିଥିଲେ। ଫିଲ୍ମ ‘ଦ ଜିଜାୟର’ ଲାଗି ସେ ଏଭଳି ଚୁଟି କାଟିଥିବା ଜଣାପଡ଼ିଥିଲା।

Share