Advertisement

ଖିଲାଡି ହିରୋଙ୍କ ‘ଲକ୍ଷ୍ମୀ ବମ୍‌’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’କୁ ଦେଖିବା ପାଇଁ ପ୍ରଶଂସକ ଚାହିଁ ବସିଛନ୍ତି। କାରଣ ଫିଲ୍ମରେ ଅକ୍ଷୟ ଏକ ଭିନ୍ନ ଶୈଳୀରେ ଜନର ଆସିବାକୁ ଥିବାରୁ ସେମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅନ୍ୟପଟେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଯାହାକି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଅକ୍ଷୟ ଫିଲ୍ମର ଟ୍ରେଲର ରିଲିଜ୍‌ ବିଷୟରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୮ ଅକ୍ଟୋବରରେ ସୂଚନା ଦେଇଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ, ହସିବ, ଡରିବ ଏବଂ ନିଜ ପରିବାର ସହ ମିଶି ଏକ ବଡ଼ ବିସ୍ଫୋରଣ ଦେଖିବ।
ଅକ୍ଷୟ ଫିଲ୍ମର ଟ୍ରେଲରକୁ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଟ୍ରାନ୍ସଜେଣ୍ଡର ରୂପରେ ଦେଖିବାକୁ ମିଳୁଛି। ଫିଲ୍ମର ଟ୍ରେଲର ଶେୟାରକରି ଅକ୍ଷୟ କ୍ୟାପସରରେ ଲେଖିଛନ୍ତି, ଲକ୍ଷ୍ମୀ ବମ୍‌ ଅଫିସିଆଲ ଟ୍ରେଲର। ଆପଣ ଯେଉଁଠାରେ ଅଛନ୍ତି, ଅଟକି ଯାଆନ୍ତୁ ଏବଂ ଏହାର ଟ୍ରେଲର ଦେଖିବା ପାଇଁ ପ୍ରସ୍ତୁତ ହୁଅନ୍ତୁ। କାରଣ ଲକ୍ଷ୍ମୀ ବର୍ଷା ହେବାକୁ ଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share