ରଣବୀରଙ୍କ ସହ ବିବାହକୁ ନେଇ ଏମିତି କହିଲେ ଆଲିଆ

ବଲିଉଡ୍‌ର ଚର୍ଚ୍ଚିତ ଖବର ମଧ୍ୟରେ ଅନ୍ୟତମ ରଣବୀର କପୁର-ଆଲିଆ ଭଟ୍ଟଙ୍କ ବିବାହ। ଉଭୟଙ୍କ ବିବାହକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି। ଗତ ୨ ବର୍ଷ ହେବ ଉଭୟ ପରସ୍ପରକୁ ଡେଟ୍‌ କରିଆସୁଛନ୍ତି। ବିବାହ ଋତୁ ଆରମ୍ଭ ହେବା ମାତ୍ରେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ଜୋର୍‌ ଧରୁଛି। ଏହି ଯୋଡି ୨୦୨୦ କିମ୍ବା ୨୦୨୧ରେ ବିବାହ କରିବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସତ କଥା ହେଲା, ଆଲିଆ ଏବେ ବିବାହ ପାଇଁ ଆଦୌ ହେଲେ ପ୍ରସ୍ତୁତ ନୁହନ୍ତି। ନିଜେ ଆଲିଆ ଏହି କଥାକୁ ସ୍ବୀକାର କରିଛନ୍ତି।
ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି, ସେ କେବେ ବିବାହ କରିବେ ସେ ନେଇ ସମସ୍ତେ ତାଙ୍କୁ ପ୍ରଶ୍ନ କରୁଛନ୍ତି। ହେଲେ ଏବେ ମୁଁ ମାତ୍ର ୨୫ ବର୍ଷର। ତେଣୁ ବର୍ତ୍ତମାନ ବିବାହ କରିବା ବହୁତ ଶୀଘ୍ର ହେବ ବୋଲି ଆଲିଆ କହିଛନ୍ତି।

Share