ରଣବୀରଙ୍କୁ ବହୁତ ମନେ ପକାଉଛନ୍ତି ଆଲିଆ: ଏପରି କହିଲେ ହୃଦୟର କଥା

ବଲିଉଡ୍‌ର ଲଭ୍‌ ବାର୍ଡସ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏବେ ପରସ୍ପରକୁ ସାକ୍ଷାତ କରିପାରୁ ନାହାନ୍ତି। କାରଣ ନିକଟରେ ରଣବୀରଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା। ଏହା ପରେ ସେ ଏବେ ଘରେ କ୍ୱାରାଣ୍ଟାଇନରେ ରହୁଛନ୍ତି। ରଣବୀରଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଆଲିଆ ମଧ୍ୟ ନିଜର କରୋନା ପରୀକ୍ଷା କରାଇଥିଲେ। ମାତ୍ର ତାଙ୍କର ରିପୋର୍ଟ ନେଗେଟିଭ ଆସିଛି। ହେଲେ ରଣବୀରଙ୍କ ପାଇଁ ଆଲିଆ ବହୁତ ବ୍ୟସ୍ତ ହୋଇପଡ଼ିଛନ୍ତି। ଏ ନେଇ ନିଜେ ଆଲିଆ ଶୋସିଆଲ ମିଡିଆରେ ଲେଖି ଜଣାଇଛନ୍ତି।
ରଣବୀରଙ୍କ ବିନା ଆଲିଆଙ୍କର ଅବସ୍ଥା ପ୍ରତ୍ୟେକ ମୁହୂର୍ତ୍ତ କଷ୍ଟକର ହୋଇପଡ଼ୁଛି। ଏହା ନିଜେ ଆଲିଆ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖି ଜଣାଇଛନ୍ତି। ସେ ରଣବୀରଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଉଭୟ ପରସ୍ପରଙ୍କ ହାତ ଧରିଥିବା ଦେଖିବାକୁ ମିଳୁଛି। ଏହି ଫଟୋ ଶେୟାର କରି ଆଲିଆ ଲେଖିଛନ୍ତି, ‘ବହୁତ ମନେ ପକାଉଛି’।

Share