ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। କାରଣ ତାଙ୍କର ପ୍ରିୟ ତଥା ଅତି ନିକଟତର ବିଲେଇ ଶିବାର ମୃତ୍ୟୁ ଘଟିଛି। ଆଲିଆ ଶିବାକୁ ବହୁତ ଭଲ ପାଉଥିଲେ। ଅଧିକାଂଶ ସମୟରେ ସେ ଶିବାର ଫଟୋ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର ମଧ୍ୟ କରୁଥିଲେ। ଏବେ ଆଲିଆ ଶିବାର ୨ଟି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେଣୟାର କରି ଏହି ସୂଚନା ଦେଇଛନ୍ତି। କ୍ୟାପଶନରେ ଲେଖିଛନ୍ତି, ‘ମୋ ପରୀକୁ ଶେଷ ବିଦାୟ’।

Share