ନିଜ ସମ୍ମାନ ନିଜେ ହରାଇଲେ ଅମିତାଭ ବଚ୍ଚନ: ଜାଣନ୍ତୁ କିପରି….

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ଯୁଦ୍ଧରେ ବିଜୟ ହୋଇ ଘରକୁ ଫେରିଛନ୍ତି। ଘରକୁ ଆସିବା ପରେ ସେ ଚିକିତ୍ସୀତ ହେଉଥିବା ନାନାବତୀ ହସ୍ପିଟାଲର କର୍ମଚାରୀଙ୍କୁ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ କିଛି ଲୋକ ଏହାକୁ ହସ୍ପିଟାଲର ପ୍ରମୋଶନ ବୋଲି କହୁଛନ୍ତି। ଏ ନେଇ ସୋସିଆଲ ମିଡିଆରେ ଜଣେ ମହିଳା ବିଗ୍‌ ବିଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ସେ ହସ୍ପିଟାଲର ପ୍ରମୋଶନ କରୁଛନ୍ତି।
ବିଗ୍‌ବିଙ୍କୁ ପୋଷ୍ଟ କରି ମହିଳା ଜଣଙ୍କ ଲେଖିଛନ୍ତି, ନାନାବତୀ ହସ୍ପିଟାଲରେ ମୋ’ ବାପାଙ୍କର ଭୁଲ ଟେଷ୍ଟ କରାଯାଇଥିଲା। ଆଜି ଅମିତାଭ ଯେଉଁଭଳି ଭାବେ ହସ୍ପିଟାଲର ବିଜ୍ଞାପନ କରୁଛନ୍ତି ସେଥିପାଇଁ ମୁଁ ଦୁଖିତ। ଏପରି ମନେ ହେଉଛି ଆପଣ ମାନବ ଜୀବନ ବିଷୟରେ ଆଦୌ ହେଲେ ଚିନ୍ତାକରୁ ନାହାନ୍ତି। କେବଳ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି । କ୍ଷମା କରବେ, ମାତ୍ର ଏପରି କରି ଆପଣ ନିଜ ସମ୍ମାନ ନିଜେ ହରାଇଛନ୍ତି ବୋଲି ମହିଳା ଜଣଙ୍କ ଲେଖିଛନ୍ତି।
ମହିଳାଙ୍କ ଏପରି ଅଭିଯୋଗ ପରେ ବିଗ୍‌ ବି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ମହିଳାଙ୍କର ସ୍କ୍ରିନ୍‌ସଟକୁ ଶେୟାର କରି କହିଛନ୍ତି, ମୁଁ ଡାକ୍ତରଖାନାର ପ୍ରମୋଶନ କରୁନାହିଁ। ନାନାବତୀରେ ପାଇଥିବା ଯତ୍ନ ଏବଂ ଚିକିତ୍ସା ପାଇଁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ତୁମେ ମୋ ପ୍ରତି ସମ୍ମାନ ହରାଇପାରିବ, କିନ୍ତୁ ମୁଁ ମୋ ଦେଶର ଡାକ୍ତରଙ୍କ ପ୍ରତି ସମ୍ମାନ ହରାଇବି ନାହିଁ। ଆହୁରି ମଧ୍ୟ ମୋର ସମ୍ମାନ ଏବଂ ଆଦର ଆପଣଙ୍କ ଦ୍ୱାରା ବିରାର ହେବ ନାହିଁ ବୋଲି ବିଗ୍‌ ବି କହିଛନ୍ତି।

Share