ଏମିତି ନାତୁଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅମିତାଭ

ଆଜି ହେଉଛି ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କର ୯ତମ ଜନ୍ମଦିନ। ଆରାଧ୍ୟା ହେଉଛନ୍ତି ବଚ୍ଚନ ପରିବାରର ସବୁଠାରୁ ସାନ ତଥା ପ୍ରିୟ ସଦସ୍ୟ। ତେବେ ମହାମାରୀ କରୋନା ଯୋଗୁ ଏହି ବିଶେଷ ଦିନରେ କଣସି ଗ୍ରାଣ୍ଡ ଉତ୍ସବ ପାଳନ କରାଯାଉ ନାହିଁ। ମାତ୍ର ସମସ୍ତେ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଉଛନ୍ତି। ନିଜେ ଅମିତାଭ ମଧ୍ୟ ତାଙ୍କର ସବୁଠାରୁ ପ୍ରିୟ ନାତୁଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ଆରାଧ୍ୟାଙ୍କ ୯ ବର୍ଷ ଅବସରରେ ୯ଟି ଫଟୋ ସାସିଆଲ ମିଡିଆରେ ଶେୟାର କରିଛନ୍ତି। କ୍ୟାପଶନରେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଆରାଧ୍ୟା, ମୋର ସମସ୍ତ ଭଲପାଇବା ତୁମର। ଏଥିସହ ସେ ରେଡ୍‌ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି।

Share