ଭାରତରେ ଅନେକ ଗାୟକ ଅଛନ୍ତି, ଯେଉଁମାନେ ଗୀତ ମାଧ୍ୟମରେ ନିଜ ସାଙ୍ଗକୁ ଭାରତର ନାମକୁ ମଧ୍ୟ ବହୁତ ଉପରକୁ ନେଇପାରିଛନ୍ତି। ସେମାନଙ୍କ ଗୀତ ଶୁଣିବା ପାଇଁ ଲୋକମାନେ ପାଗଳପ୍ରାୟ ହୋଇପଡ଼ନ୍ତି। ସେମିତି ଜଣେ ହେଲେ ବଲିଉଡ୍ ଗାୟକ ଅର୍ମାନ ମଲ୍ଲିକ। ଅରମାନ ପୁଣିଥରେ ଭାରତ ପାଇଁ ଗୌରବ ଆଣିଛନ୍ତି।
ଏମ୍ଟିଭି ୟୁରୋପ ପୁରସ୍କାରରେ ବେଷ୍ଟ ଇଣ୍ଡିଆ ଆକ୍ଟ ବର୍ଗରେ ତାଙ୍କୁ ପପ୍ ସିଙ୍ଗିଲ ‘କଣ୍ଟ୍ରୋଲ’ ପାଇଁ ପୁରସ୍କୃତ କରାଯାଇଛି। ଏହା ମାଧ୍ୟମରେ ଅରମାନ ପ୍ରଥମ ଥର ପାଇଁ ଇଂଲିଶ ଗୀତରେ ଡେବ୍ୟୁ କରିଥିଲେ। ଏଥିପାଇଁ ସେ ଅନେକ ପ୍ରଶଂସା ମଧ୍ୟ ପାଇଥିଲେ।
ଏ ନେଇ ଅରମାନ୍ କୁହନ୍ତି, ଏହି ଇଂଲିଶ ଡେବ୍ୟୁ ଗୀତ ପାଇଁ ଏତେ ଭଲପାଇବା ଏବଂ ସମର୍ଥନ ମିଳିବ ମୁଁ କେବେହେଲେ ଭାବି ନ ଥିଲି। ଏହି ପୁରସ୍କାର ପାଇ ସେ ବହୁତ ଭାବପ୍ରବଣ ହୋଇଯାଇଥିବା ମଧ୍ୟ କହିଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।