କଙ୍ଗନାଙ୍କ ନାମରେ ଚୋରି ଅଭିଯୋଗ

ବଲିଉଡ୍‌ର କୁଇନ୍‌ ଗର୍ଲ କଙ୍ଗନା ରଣାଓ୍ବତ୍‌ଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ର ଆଗାମୀ ଫ୍ରାଞ୍ଚାଇଜ୍‌ ‘ମଣିକର୍ଣ୍ଣିକା ରିଟର୍ଣ୍ଣସ: ଦି ଲିଜେଣ୍ଡ ଅଫ୍‌ ଦିଦ୍ଦା’ରେ ଦେଖିବାକୁ ମିଳିବ। ମଣିକର୍ଣ୍ଣିକା’ରେ ଝାନସୀର ରାଣୀ କାହାଣୀ ଦେଖିବାକୁ ମିଳିଥିଲା। ଏବେ ଆଗାମୀ ଫିଲ୍ମରେ କାଶ୍ମୀରର ରାଣୀ ବିଷୟରେ ଦର୍ଶକ ଦେଖିବାକୁ ପାଇବେ। ମାତ୍ର ଏହି ଫିଲ୍ମ ଘୋଷଣା ହେବା ପରେ ଅଭିନେତ୍ରୀଙ୍କ ଉପରେ ଚୋରି ଅଭିଯୋଗ ଲାଗିଛି। ‘ଦିଦ୍ଦା’ ଲେଖକ ଆଶିଷ କୌଲ କଙ୍ଗନାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି।
ଆଶିଷଙ୍କ କହିବାନୁଯାୟୀ, କଙ୍ଗନା ତାଙ୍କ କାହାଣୀ ଚୋରିକରି ନେଇଛନ୍ତି। ତେଣୁ ସେ କଙ୍ଗନାଙ୍କ ଉପରେ ପିରାଇଟ୍‌ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନିଜ ଅଧିକାର ପାଇଁ ଲଢ଼ୁଥିବା କଙ୍ଗନା ମୋ ଭଳି ଲେଖକଙ୍କ ଅଧିକାରକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛନ୍ତି। କଙ୍ଗନାଙ୍କର ଏହି ଶୈଳୀ ଆଦୌ ହେଲେ ଜଣାପଡ଼ୁ ନାହିଁ। ମୁଁ ଏହାକୁ ଇଣ୍ଟେଲେକ୍‌ଚୁଆଲ ଚୋରି କହିବି ବୋଲି ଆଶିଷ କହିଛନ୍ତି।

Share