ଟାଇମ୍‌ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ଟାଇମ୍‌ ପତ୍ରିକାର ୧୦୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କେବଳ ସେତିକି ନୁହେଁ ଏହି ତାଲିକାରେ ସ୍ଥାନ ପାଇଥିବା ସେ ହେଉଛନ୍ତି ଏକମାତ୍ର ଭାରତୀୟ ଅଭିନେତା। ଏ ନେଇ ଆୟୁଷ୍ମାନ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କର ଏହି ପୋଷ୍ଟକୁ ମାତ୍ର ଅଳ୍ପ ସମୟ ମଧ୍ୟରେ ବହୁତ ଲୋକ ଲାଇକ୍‌ କରିଛନ୍ତି। ଏ ନେଇ ତାଙ୍କୁ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଶଂସା କରିଛନ୍ତି। ଟାଇମ୍‌ ମାଗାଜିନ୍‌ର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ଥାନ ପାଇଛନ୍ତି।
ସୂଚନାଯୋଗ୍ୟ ଟାଇମ୍‌ ମାଗାଜିନ୍‌ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶିତ ହୋଇଥାଏ।

Share