ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବଲିଉଡ ସୁନ୍ଦରୀ ଜୁହି ଚାୱଲା, କହିଲେ ବଡ଼ କଥା

ମହାରାଷ୍ଟ୍ର,୧୬।୮: ପୁରୀ ଆସି ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ନବେ ଦଶକର ବଳିଉଡ ସୁନ୍ଦରୀ ତଥା କୋଲକାତା ନାଇଟ ରାଇଡର୍ସର ସହ-ମାଲିକ ଜୁହି ଚାୱଲା । ଇଣ୍ଡିଆନ୍ ପ୍ରିମୀୟର ଲିଗ୍ ରେ କେକେଆରର ଧମାକାଦାର ବିଜୟ ପାଇଁ ସେ ମହାପ୍ରଭୁଙ୍କୁ ଶ୍ରେୟ ଦେବା ସହ ମହାପ୍ରଭୁଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ସହ ମା’ ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରି ବେଶ୍ ଭାବବିଭୋର ହୋଇପଡିଥିବା କହିଛନ୍ତି ଜୁହି ଚାୱଲା ।

ଗତ କିଛିଦିନ ହେବ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ଶ୍ରୀମନ୍ଦିର ଆସିବାକୁ ମନସ୍ଥ କରିଥିଲେ । ତେବେ ମହାପ୍ରଭୁ ତାଙ୍କ ଆଶା ଆଜି ପୂରଣ କରିଥିବାରୁ ମହାପ୍ରଭୁଙ୍କ ପାଖରେ ସେ ନିଜକୁ ସମର୍ପଣ କରିଦେଇଥିବା କହିଛନ୍ତି । ଏକାଦଶୀର ଦିନରେ ଦର୍ଶନ ସୌଭାଗ୍ୟ ପାଇ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ବହୁତ୍ କିଛି କରିବାର ଅଛି । ସମାଜ ପାଇଁ ଭଲ କାମ ସହ ଫିଲ୍ମ ରେ କାମ କରିବା ଜାରି ରହିବ ବୋଲି ସେ କହିଛନ୍ତି ।

Share