ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ

ମୁମ୍ବାଇ: ପ୍ରତ୍ୟେକ ମଣିଷ ପାଇଁ ଭଲ ବନ୍ଧୁଟିଏ ନିଶ୍ଚିତ ଲୋଡ଼ା। ସମସ୍ତଙ୍କ ଜୀବନରେ ଶହେ ବନ୍ଧୁଙ୍କ ମଧ୍ୟରେ ଜଣେ ବନ୍ଧୁ ନିଶ୍ଚିତ ଭଲ ଥିବେ। ସେମିତି ବଲିଉଡ୍‌ର କିଛି ସେଲିବ୍ରିଟିଙ୍କ ମଧ୍ୟରେ ବି ଏପରି ନିବିଡ଼ ସମ୍ପର୍କ ରହିଛି। ଆଜିଏହି ଅନ୍ତର୍ଜାତୀୟ ବନ୍ଧୁତା ଦିବସରେ କିଛି କଥା…

ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌ ଏବଂ ଅନୁଷ୍କା ଶର୍ମାଙ୍କ ବନ୍ଧୁତା ବେଶ୍‌ ନିବିଡ଼। ତାଙ୍କର ଏହି ସମ୍ପର୍କ କରଣ ଜୋହରଙ୍କ ଶୋ’ ‘କଫି ଓ୍ବିଥ୍‌ କରଣ’ରେ ସ୍ପଷ୍ଟ ହୋଇଥିଲା। ଏହି ଶୋ’ରେ ଦୁଇଜଣ ନିଜ ବନ୍ଧୁତା ସମ୍ପର୍କରେ କହିଥିଲେ। ଅନୁଷ୍କା କହିଥିଲେ, କ୍ୟାଟ୍ରିନା ତାଙ୍କର ଜଣେ ଭଲ ବନ୍ଧୁ। କ୍ୟାଟ୍ରିନା ତାଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରନ୍ତି। କେମିତି ଦୁହେଁ ଦୁହିଁଙ୍କୁ ମେସେଜ୍‌ କରି ସମୟ କାଟନ୍ତି। ଏହି ସମୟରେ ଦୁହେଁ ବହୁତ ଖୁସି ଥାନ୍ତି ବୋଲି ଶୋ’ରେ କହିଥିଲେ।

Share