ଏହି ଅଭିନେତ୍ରୀଙ୍କୁ ପ୍ରପୋଜ କଲେ ସଲମାନ୍‌ ଖାନ୍‌: ଉତ୍ତରରେ ଯାହା ଶୁଣିଲେ ହସି ହସି ଗଡ଼ିଗଲେ

ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ନିଜର ସୌନ୍ଦର୍ଯ୍ୟ ବଳରେ ସମସ୍ତଙ୍କୁ ନିଜପ୍ରତି ଆକର୍ଷିତ କରିପାରିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟ ପଛରେ ବଲିଉଡ୍‌ର ସବୁଠାରୁ ଏଲିଜିବୁଲ ବ୍ୟାଚଲର ସଲମାନ୍‌ ଖାନ୍‌ ମଧ୍ୟ ପାଗଳ ହୋଇଯାଇଛନ୍ତି। ସଲମାନ୍‌ ନିଜ ଶୋ’ ବିଗ୍‌ ବସ୍‌-୧୪ରେ ଏହା ପ୍ରକାଶ କରିଛନ୍ତି।
ନିକଟରେ ସନ୍ନି ‘ବିଗ୍‌ ବସ୍‌-୧୪’ର ‘ଓ୍ବିକେଣ୍ଡ କା ଓ୍ବାର’ରେ ପହଞ୍ଚିଥିଲେ। ଏହି ଅବସରରେ ସଲମାନ୍‌ ସନ୍ନିଙ୍କ ସହ ବହୁତ ମସ୍ତି କରିଥିଲେ ଏବଂ ସେ ଜ୍ୱରରେ ପୀଡ଼ିତ ଥିବା କହିଥିଲେ। ଆପଣଙ୍କର କ’ଣ ହୋଇଛି ବୋଲି ସନ୍ନି ପ୍ରଶ୍ନ କରିଥିଲେ। ଉତ୍ତରରେ ସଲମାନ୍‌ କହିଥିଲେ ମୁଁ ତୁମ ପ୍ରେମରେ ପଡ଼ିଛି। ଏହାକୁ ଲଭେରିୟା କୁହାଯାଏ। ଏହା ଶୁଣିବା ପରେ ସନ୍ନି ହସି ହସି କୁହନ୍ତି ସଲମାନ୍‌…ସଲମାନ୍‌…। ଏହା ପରେ ସନ୍ନି କୁହନ୍ତି ଦେଖ ମତେ ବି ଜ୍ୱର ହୋଇଛି। ଏହା ଶୁଣିବା ପରେ ସଲମାନ୍‌ ସନ୍ନିଙ୍କୁ ଆଲିଙ୍ଗନ କରିନିଅନ୍ତି ।

Share