ଜଙ୍ଗଲରେ ସାଇକେଲ ଚଲାଇଲେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ମାଲଦ୍ୱୀପରେ ସ୍ବାମୀଙ୍କ ସହ ସମୟ ବିତାଉଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ଅଭିନେତ୍ରୀ ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି। ଏବେ ବିପାଶ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ମାଲଦ୍ୱୀପ ଜଙ୍ଗଲରେ ସାଇକେଲ ଚଲାଉଥିବାର ଦେଖିବାକୁ ମିଳୁଛି। ସେ ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ବିପାଶାଙ୍କୁ କଳା ରଙ୍ଗର ଏକ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓକୁ ପ୍ରଶଂସକମାନେ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି।

Share