ଆଉ ନାହାନ୍ତି ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତା: ୨ ବର୍ଷ ହେବ କିଡ୍‌ନୀ ରୋଗରେ ଥିଲେ ଆକ୍ରାନ୍ତ

ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ ଖରାପ ଖବର ସାମ୍ନାକୁ ଆସିବାରେ ଲାଗିଛି। ଏବେ ଅଭିନେତା ତଥା ନିର୍ଦ୍ଦେଶକ ତାରିକ ଶାହାଙ୍କ ପରଲୋକ ଘଟିଛି। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାରିକ ବିଗତ ୨ ବର୍ଷ ହେବ କିଡ୍‌ନୀ ରୋଗରେ ଆକ୍ରନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାରିକଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।
ତାରିକ ଅଭିନେତ୍ରୀ ଶୋମା ଆନନ୍ଦଙ୍କୁ ବିବାହ କରିଥିଲେ। ବାହାର ଆନେ ତକ୍‌, ମୁମ୍ବାଇ ସେଣ୍ଟ୍ରାଲ, ଗୁମନାମ ହୈ କୋଈ ଆଦି ଫିଲ୍ମରେ ତାରିକ ଅଭିନୟ କରିଥିଳେ। ଜନ୍ମ କୁଣ୍ଡଳୀ, ବହାର ଆନେ ତକ୍‌ ଏବଂ କଡ୍‌ଓ୍ବା ସଚରେ ନିର୍ଦ୍ଦେଶନା ଦେଇଥିଲେ।

Share