ପ୍ରଥମ ପ୍ରେମଠାରୁ ଦୂରେଇ ଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ବିନୋଦ ଖାନ୍ନା ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଯଦିଓ ସେ ଆମ ଗହଣରେ ନାହାନ୍ତି, କିନ୍ତୁ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ସର୍ବଦା ଜୀବନ୍ତ ରହିଛନ୍ତି। ବିନୋଦ ଖାନ୍ନା ୧୯୪୬, ଅକ୍ଟୋବର ୬ରେ ପାକିସ୍ତାନର ପେଶାୱାରରେ (ଏବେ ପାକିସ୍ତାନ) ଜନ୍ମଗ୍ରହଣ କରିଥିଲେ। ଚଳଚ୍ଚିତ୍ର କ୍ୟାରିୟରରେ ସେ ଅନେକ ଉତଥାନ-ପତନ ଦେଇ ଗତି କରିଥିଲେ। ଯେତେବେଳେ ବିନୋଦ ଖାନ୍ନା ଫିଲ୍ମ ଯିବାକୁ ମନସ୍ଥ କଲେ, ତାଙ୍କ ମା’ ଏକ ସର୍ତ୍ତ ରଖିଥିଲେ ଯେ ଯଦି ସେ ଦୁଇ ବର୍ଷ ମଧ୍ୟରେ ଚଳଚ୍ଚିତ୍ରରେ ସଫଳ ହୋଇପାରିବେ ନାହିଁ, ତେବେ ତାଙ୍କୁ ବ୍ୟବସାୟକୁ ଫେରାଇବାକୁ ପଡିବ। କିନ୍ତୁ ଚଳଚ୍ଚିତ୍ର ଜଗତରେ ପାଦ ଦେବା ମାତ୍ରେ ବିନୋଦ ଖାନ୍ନା ପଛକୁ ଚାହିଁ ନ ଥିଲେ।
ଆଜି ବିନୋଦ ଖାନ୍ନାଙ୍କ ଜନ୍ମଦିନ। ବିନୋଦ ଖାନ୍ନା ଜଣେ ଅଭିନେତା ନୁହେଁ, କ୍ରିକେଟର ହେବାକୁ ଚାହୁଁଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ, ମୁଁ ଏକନାଥ ସୋଲକରଙ୍କ ସହ ହିନ୍ଦୁ ଜିମରେ କ୍ରିକେଟ ଖେଳୁଥିଲି। ମୁଁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରୁଥିଲି। କିନ୍ତୁ ଯେତେବେଳେ ଭାବିଲି ମୁଁ ବିଶ୍ୱନାଥ ହୋଇପାରିବି ନାହିଁ। ସେତେବେଳେ ମୁଁ କ୍ରିକେଟଠାରୁ ଦୂରେଇ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲି। ତଥାପି କ୍ରିକେଟ ମୋର ପ୍ରଥମ ପ୍ରେମ ବୋଲି କହିଥିଲେ। ବିନୋଦ ଖାନ୍ନା ଜଣେ ଖଳନାୟକ ଭାବେ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ କ୍ୟାରିୟରରେ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

Share