ବେବି ଡଲ ବି ସାମ୍ନା କରିଥିଲେ ବଡ଼ ଦୁର୍ଘଟଣା: ମରୁ ମରୁ ବଞ୍ଚିଗଲେ ସେ ଓ ତାଙ୍କ ସ୍ବାମୀ

ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ତାରକା ଅଛନ୍ତି ଯେଉଁମାନେ ମୃତ୍ୟୁକୁ ଚକମା ଦେଇ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ସନ୍ନି ଲିଓନି ଅନ୍ୟତମ। ଯିଏ ଦିନେ ମୃତ୍ୟୁକୁ ମଧ୍ୟ ପରାସ୍ତ କରିଥିଲେ।
ବଲିଉଡର ‘ବେବି ଡଲ’ ସନ୍ନି ଲିଓନି ଏବଂ ତାଙ୍କ ସ୍ବାମୀ ବିମାନ ଦୁର୍ଘଟଣାରେ ମରୁ ମରୁ ବଞ୍ଚିଯାଇଥିଲେ। ଏହି ସାଂଘାତିକ ଦୁର୍ଘଟଣାରୁ ବଞ୍ଚି ସେମାନେ ନିରାପଦରେ ଘରକୁ ଫେରିଥିଲେ।

Share