ତୃତୀୟ ସ୍ବାମୀଙ୍କ ଠାରୁ ଅଲଗା ହେବେ ପପ ଷ୍ଟାର୍‌, ଛାଡପତ୍ର ପାଇଁ କୋର୍ଟରେ ପହଞ୍ଚିଲେ ସ୍ବାମୀ

ମୁମ୍ବାଇ: ପପ ଷ୍ଟାର୍‌ ବ୍ରିଟନି ସ୍ପାୟର୍ସଙ୍କ ବିବାହର ଦେଢ ବର୍ଷ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛିି। ତାଙ୍କ ସ୍ବାମୀ ସାମ ଅସଗରୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏଥିସହ ସେ ତାଙ୍କ ପତ୍ନୀଙ୍କ ଉପରେ ମାରପିଟ୍‌ର ଅଭିଯୋଗ କରିଛନ୍ତି।

ପ୍ରାୟ ତିନି ସପ୍ତାହ ପୂର୍ବରୁ ବ୍ରିଟନି ସ୍ପାୟର୍ସ ଏବଂ ସାମ ଅସଗରୀ ଅଲଗା ହୋଇଛନ୍ତି। ସେମାନଙ୍କ ଛାଡପତ୍ର ଦାଖଲ ଅନୁଯାୟୀ ସାମ ଅସଗରୀ ଏହି ମାମଲା ସହ ଲଢିବା ପାଇଁ ଆଟର୍ଣ୍ଣି ଫି ସମେତ ପପ ଷ୍ଟାରଙ୍କଠାରୁ ଆର୍ଥିକ ସହାୟତା ଲୋଡିଛନ୍ତି।

Share