ବଲିଉଡ୍‌ର ଏହି ୫ ଯୋଡି ନିଜ ସାଥୀଙ୍କୁ ଦେଇଛନ୍ତି ସବୁଠାରୁ ଦାମୀ ଉପହାର

ବଲିଉଡ୍‌ର ଅଧିକାଂଶ କଳାକାର ସେମାନଙ୍କ ଦୟାବାନ ପ୍ରବୃତି ପାଇଁ ବେଶ୍‌ ପରିଚିତ। ସେମାନେ ନିଜ ପ୍ରିୟ ଲୋକଙ୍କ ପ୍ରତି ଭଲପାଇବା ଦେଖାଇବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରି ନ ଥାନ୍ତି। ତେବେ ଜାଣିବା ବଲିଉଡ୍‌ର ସେମିତି ୫ ଯୋଡିଙ୍କ ବିଷୟରେ ଯେଉଁମାନେ ନିଜ ପ୍ରେମିକା ବା ସ୍ତ୍ରୀଙ୍କୁ ସବୁଠାରୁ ଦାମି ଉପହାର ଦେଇଛନ୍ତି।


ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା:
ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି। ଯିଏକି ଜଣେ ସଫଳ ବ୍ୟବସାୟୀ। ବ୍ରିଟେନରେ ଜନ୍ମଗ୍ରହଣ କରିଥିବା ରାଜ ଶିଳ୍ପାଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ସେ ଶିଳ୍ପାଙ୍କ ଜନ୍ମ ଦିନ ହେଉ ଅବା କୌଣସି ଉତ୍ସବ ତାଙ୍କୁ ଉପହାର ଦେବାକୁ ଭୁଲନ୍ତି ନାହିଁ। ଶିଳ୍ପଙ୍କ ସହ ନିର୍ବନ୍ଧ ସମୟରେ ରାଜ ତାଙ୍କୁ ୨୦ କ୍ୟାରେଟର ହାର୍ଟ ଆକୃତିତ ଏକ ହିରା ମୁଦି ଦେଇଥିଲେ, ଯାହାର ମୂଲ୍ୟ ୩ କୋଟି ଟଙ୍କା। ଏଥିସହ ରାଜ ଶିଳ୍ପାଙ୍କୁ ଲଣ୍ଡନରେ ଏକ ବଙ୍ଗଳା ମଧ୍ୟ ଉପହାର ରୂପେ ଦେଇଥିଲେ। ଯାହାର ମୂଲ୍ୟ ସେହି ସମୟରେ ୫୧. ୫ କୋଟି ଟଙ୍କା ଥିଲା। ସୁପରନୋଭା ନୋଏଡ଼ାରେ ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟ ମଧ୍ୟ ସେ ଶିଳ୍ପାଙ୍କୁ ଉପହାର ରୂପେ ଦେଛନ୍ତି।


ବିଦ୍ୟା ବାଲନ-ଶିଦ୍ଧାର୍ଥ ରୟ କପୁର:

ୟୁଟ୍ୟୁବ୍‌ ମାଲିକ ସିଦ୍ଧାର୍ଥ ରୟ କପୁର ନିଜର ଅଭିନେତ୍ରୀ ସ୍ତ୍ରୀ ବିଦ୍ୟଙ୍କୁ ମୁମ୍ବାଇର ଜୁହୁଠାରେ ଏକ ଫ୍ଲାଟ୍‌ ଉପହାର ରୂପେ ଦେଇଥିଲେ। ଏହାର ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା।

ଆମିର ଖାନ୍‌- କିରଣ ରାଓ:
ବଲିଉଡ୍‌ରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଆମିର ଖାନ ସ୍ତ୍ରୀ କିରଣଙ୍କୁ ବହୁତ ଭଲ ପାଆନ୍ତି। ସେ ମଧ୍ୟ ସ୍ତ୍ରୀଙ୍କ ଦାମି ଉପହାର ଦେଇଛନ୍ତି। ଆମିର କିରଣଙ୍କୁ ଆମେରିକାରେ ଏକ ସୁନ୍ଦର ଘର ଉପହାର ରୂପେ ଦେଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୭୫ କୋଟି ଟଙ୍କା ହେବ।


ଅଜୟ ଦେବଗନ-କାଜଲ:
ଅଜୟଙ୍କ ପ୍ରଥମ ଝିଅ ନ୍ୟାସା ଜନ୍ମ ହେବା ପରେ ସେ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କୁ ପ୍ରାୟ ୩୫ ଲକ୍ଷ ଟଙ୍କାର ଏକ ଅଡି ସେଡାନ କାର ଉପହାର ରୂପେ ଦେଇଥିଲେ।

ଆଲିଆ ଭଟ୍ଟ-ସିଦ୍ଧାର୍ଥ ରୟ କପୁର:
ବଲିଉଡ୍‌ର କ୍ୟୁଟ୍‌ ଅଭିନେତ୍ରୀ ଭାବେ ପରିଚିତ ଆଲିଆ ଭଟ୍ଟ ନିଜର ସେଲ୍‌ଫି ନେବାକୁ ନେଇ ବେଶ୍‌ ପରିଚିତ। ଅନେକ ସମୟରେ ସେ ନିଜର ସେଲ୍‌ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥାନ୍ତି। ଆଲିଆଙ୍କ ଏହିପରି ସେଲ୍‌ଫି ପାଗଳାମୀକୁ ଦେଖି ତାଙ୍କର ସହ କଳାକାର ସିଦ୍ଧାର୍ଥ ତାଙ୍କୁ ଏକ କ୍ୟାମେରା ଉପହାର ରୂପେ ଦେଇଥିଲେ। ଯାହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା।

Share