କଳାକାରଙ୍କ ମହଙ୍ଗା ଉପହାର: କାହାକୁ ଘର ତ ଆଉ କାହାକୁ ବିଏମ୍‌ଡବ୍ଲ୍ୟୁ କାର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ନିକଟରେ ନିଜର ଭାଇ ଅକ୍ଷତ, ଭଉଣୀ ରଙ୍ଗୋଲୀ ଏବଂ ଅନ୍ୟ ୨ ସମ୍ପର୍କୀୟଙ୍କୁ ୪ଟି ଫ୍ଲାଟ୍‌ ଉପହାର ରୂପେ ଦେଇଛନ୍ତି। ଏହି ସମସ୍ତ ଫ୍ଲାଟ୍‌ ଚଣ୍ଡିଗଡ଼ର ନାମୀ ଅଞ୍ଚଳରେ ରହିଛି। ଏଥିପାଇଁ କଙ୍ଗନାଙ୍କୁ ୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। କଙ୍ଗନାଙ୍କ ପରି ବଲିଉଡ୍‌ର ଅନେକ କଳାକାର ରହିଛନ୍ତି ଯେଉଁମାନେ ଅନ୍ୟମାନଙ୍କୁ ଦାମୀ ଉପହାର ଦେଇଛନ୍ତି।
ଅମିତାଭ ବଚ୍ଚନ: ମେଗାଷ୍ଟାର ଅମିତାଭ ବଚ୍ଚନ ସୁନ୍ଦର ଅଭିନୟ ଏବଂ ଶାଳୀନ ବ୍ୟବହାର ପାଇଁ ଇଣ୍ଡଷ୍ଟ୍ରିରେ ନିଜର ସ୍ଥିତି ବଜାୟ ରଖିଛନ୍ତି। ତେବେ ୧୯୮୨ରେ ଫିଲ୍ମ ‘ସତ୍ତା ପେ ସତ୍ତା’ରେ କାମ କରିବା ପାଇଁ ନିର୍ଦ୍ଦେଶକ ରମେଶ ସିପ୍ପୀ ଅମିତାଭଙ୍କୁ ଘର ‘ଜଲସା’ ଉପହାର ରୂପେ ଦେଇଥିଲେ। ଏମିତାଭଙ୍କ ଏହି ଘର ୧୦୧୨୫ ସ୍କୋୟାର ଫିଟ୍‌ ବିଶିଷ୍ଟ।
ଶାହାରୁଖ୍‌ ଖାନ୍‌: ଶାହାରୁଖ୍‌ ଫିଲ୍ମ ‘ରା ଓ୍ବାନ୍‌’ରେ ନିଜର ଜଣେ ସହକଳାକାରଙ୍କୁ ଏକ ବିଏମ୍‌ ଡବ୍ଲ୍ୟୁ କାର ଉପହାର ରୂପେ ଦେଇଥିଲେ। ଏହି ଗାଡିର ମୂଲ୍ୟ ୧ କୋଟି ଟଙ୍କାରୁ ଆରମ୍ଭ ହୋଇଥାଏ।
ସଲମାନ୍‌ ଖାନ୍‌: କିଛି ବର୍ଷ ପୂର୍ବେ ସଲମାନ୍‌ ତାଙ୍କ ଉଭଣୀ ଅଲଭିରା ଅଗ୍ନିହୋତ୍ରୀଙ୍କୁ ମୁମ୍ବାଇରେ ଏକ ପେଣ୍ଟହାଉସ୍‌ ଉପହାର ରୂପେ ଦେଇଥିଲେ ବୋଲି ଶୁଣିବାକୁ ମିଳିଥିଲା। ଏହି ଘରର ମୂଲ୍ୟ ୧୦ କୋଟିରୁ ୧୬ କୋଟି ଟଙ୍କା ମଧ୍ୟରେ ହେବ।
ଆମୀର ଖାନ୍‌: ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ ସ୍ତ୍ରୀ କିରଣ ରାଓଙ୍କୁ ଏକ ମହଙ୍ଗା ଛୁଟିଦିନ ଯାତ୍ରା ଉପହାର ରୂପେ ଦେଇଥିଲେ। ସେ କିରଣଙ୍କୁ ଆମେରିକାର ଅତି ସୁନ୍ଦର ତଥା ମହଙ୍ଗା ଅଞ୍ଚଳ ବେଭରାଲି ହିଲ୍ସ ଉପହାର ରୂପେ ଦେଇଥିଲେ।
ଅଭିଷେକ ବଚ୍ଚନ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଝିଅ ଆରାଧ୍ୟାକୁ ବହୁତ ଭଲ ପାଆନ୍ତି, ଏକଥା ସମସ୍ତେ ଜାଣନ୍ତି। ଏହି ଦମ୍ପତି ଝିଅକୁ ତାଙ୍କର ପ୍ରଥମ ଜନ୍ମଦିନରେ ଏକ ଲାଲ ରଙ୍ଗର ମିନି କପର ଗାଡି ଉପହାର ରୂପେ ଦେଇଥିଲେ।
ଦାମୀ ଉପହାର

Share