ବଲିଉଡ୍ ଅଭିନେତ୍ରୀ ଫାତିମା ସାନା ଶେଖ ତାଙ୍କର ଆଗାମୀ ସିନେମା ‘ସୁରଜ ପେ ମଙ୍ଗଲ ଭାରୀ’କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ନଭେମ୍ବର ୧୩ରେ ରିଲିଜ୍ ହେବ। ଫିଲ୍ମରେ ତାଙ୍କୁ ମନୋଜ ବାଜପେୟୀଙ୍କ ଭଉଣୀ ଭୂମିକାରେ ଦେଖିବାକୁ ମିଳିବ।
ତେବେ ନିକଟରେ ଏକ ସାକ୍ଷାତକାରେ ଫାତିମାଙ୍କୁ ରିଲ୍ ଏବଂ ରିୟଲ ଲାଇଫ୍ ବିଷୟରେ କିଛି ପ୍ରଶ୍ନ କରାଯାଇଥିଲା। ଯେତେବେଳେ ତାଙ୍କ ବିବାହକୁ ନେଇ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ଯେ, ବିବାହ ପରି ଜିନିଷ ଉପରେ ସେ ଆଦୌ ହେଲେ ବିଶ୍ୱାସ କରନ୍ତି ନାହିଁ। ଏଥିସହ କାହାସହ ଏକତ୍ର ରହିବା ପାଇଁ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ। ତେଣୁ ସେ କେବେ ହେଲେ ବିବହ କରିବେ ନାହିଁ ବୋଲି କହିଥିଲେ।
ଫାତିମା ଶିଶୁ କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଚାଚି ୪୨୦ ଏବଂ ବଡେ ଦିଲ୍ଓ୍ବାଲେ ପରି ଫିଲ୍ମରେ ଶିଶୁ କଳାକାର ରୂପେ ତାଙ୍କୁ ଦେଖିବାକୁ ମିଳିଥିଲା। ଆମୀର ଖାନ୍ଙ୍କ ଫିଲ୍ମ ‘ଦଙ୍ଗଲ’ରେ ତାଙ୍କୁ ପ୍ରକୃତ ପରିଚୟ ମିଳିଥିଲା।