ବଲିଉଡ୍‌ରେ ଡେବ୍ୟୁ କରିବେ: ଅଲିଜେହ

ମୁମ୍ବାଇ: ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଲିଜେହ ଅଗ୍ନିହୋତ୍ରୀ। ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଝିଆରୀ ଅଲିଜେହଙ୍କର ଡେବ୍ୟୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଛି। ପ୍ରକାଶିତ ଖବର ଅନୁସାରେ ଫିଲ୍ମ ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀଙ୍କ ଫିଲ୍ମରେ ସେ ଅଭିନୟ କରିବେ। ସୌମେନ୍ଦ୍ରଙ୍କ ଫିଲ୍ମ ‘ବୁଧିଆ ସିଂ: ବର୍ନ ଟୁ ରନ୍‌’ ନ୍ୟାଶନାଲ ପୁରସ୍କାର ପାଇଛି।

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ନାମକରା ଫିଲ୍ମ ନିର୍ଦ୍ଦେଶକ ହେଉଛନ୍ତି ସୌମେନ୍ଦ୍ର। ତେବେ ମାମୁ ସଲମାନ ଖାନ୍‌ ଫିଲ୍ମ କରିବାକୁ ଅନୁମତି ଦେବା ପରେ ଅଲିଜେହ ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଥିବା କୁହାଯାଉଛି। ଅଭିନୟ କରିବା ପୂର୍ବରୁ ଅଲିଜେହ ସରୋଜ ଖାନ୍‌ଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଛନ୍ତି। ସରୋଜ ଖାନ୍‌ଙ୍କ ବିୟୋଗରେ ଆଲିଜାହ ଏକ ହୃଦୟ ବିଦାରକ ପୋଷ୍ଟ କରିଥିଲେ। ତେବେ ଅଲିଜେହ ଅଭିନୟ କରୁଥିବା ଫିଲ୍ମର ନାଁ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

 

Share