ଡ୍ରଗ୍ସ ବିବାଦ ପରେ ମଧ୍ୟ ବଲିଉଡ୍‌ର ସବୁଠାରୁ ବିଶ୍ୱସ୍ତ ଅଭିନେତ୍ରୀ ଦୀପିକା ପାଦୁକୋନ

ବିଗତ କିଛି ଦିନ ହେବ ବଲିଉଡ୍‌ରେ ଡ୍ରଗ୍ସ କାରବାରକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଲୋକମାନେ ରାଗରେ ଅନେକ କଳାକାର ଓ ସେମାନଙ୍କ ଫିଲ୍ମ ଉପରେ ନିଜର ରାଗ ସୁଝାଇଛନ୍ତି। କିନ୍ତୁ ବିଶ୍ୱାସର କଥା ଆସିଲେ, କେତେକ କଳାକାର ସର୍ବଦା ପ୍ରଶଂସକଙ୍କ ହୃଦୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହ୍ୟୁମାନ ବ୍ରାଣ୍ଡ(ଆଇଆଇଏଚ୍‌ବି) ର ନୂତନ ଟିଆରା (ଟ୍ରଷ୍ଟ, ଆଇଡେଣ୍ଟିଫାଏ, ଆଟ୍ରାକ୍‌ଟିଭ୍‌, ରେସ୍ପେକ୍ଟ ଏବଂ ଅଫିଲ) ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ଅମିତାଭ ବଚ୍ଚନ ସବୁଠାରୁ ବିଶ୍ୱସ୍ତ ଏବଂ ସମ୍ମାନଯୋଗ୍ୟ କଳାକାର। ସେହିପରି ଦୀପିକା ପାଦୁକୋନ ମହିଳା ସେଲିବ୍ରିଟି ତାତିକାରେ ସବୁଠାରୁ ବିଶ୍ୱସ୍ତ ବ୍ରାଣ୍ଡ ଭାବରେ ଉଭା ହୋଇଛନ୍ତି। ଏହି ସହିତ କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡି ସବୁଠାରୁ ବିଶ୍ୱସ୍ତ ସେଲିବ୍ରିଟି ଦମ୍ପତି ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

Share