ମହାରାଷ୍ଟ୍ରରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଅର୍ଥାତ୍ ୧୪ ଏପ୍ରିଲରୁ ୧ ମେ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ସମ୍ପୂର୍ଣ୍ଣ ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି। ଅତ୍ୟାବଶ୍ୟକ ନ ଥିଲେ କେହି ଘରୁ ବାହାରକୁ ବାହାରିପାରିବେ ନାହିଁ। ଏଭଳି ପରିସ୍ଥିତିରେ ବଲିଉଡ୍ କଳାକାରମାନେ ମଧ୍ୟ ୧୫ ଦିନ ପର୍ଯ୍ୟନ୍ତ କୌଣସି ଶୁଟିଂ କରିପାରିବେ ନାହିଁ। ତେଣୁ ଦୀପିକା ପାଦୁକୋନ ସ୍ବାମୀ ରଣବୀର ସିଂହଙ୍କ ସହ ବାପ ଘର ବାଙ୍ଗାଲୁର ଚାଲିଯାଇଛନ୍ତି। ଏହି ଯୋଡିଙ୍କୁ ବିମାନବନ୍ଦରରେ ଏକାପରି ପୋଷାକରେ ଦେଖିବାକୁ ମିଳିଥିଲା। ଡେନିମ ଲୁକ୍ରେ ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୀପିକା ଏବଂ ରଣବୀର ଧଳା ଶର୍ଟ, କଳା ପ୍ୟାଣ୍ଟ ସାଙ୍ଗକୁ ଡେନିମ ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା।