ଅଭିନୟ ପୂର୍ବରୁ ଶିକ୍ଷକତା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଫିଲ୍ମ ‘ଛଲାଙ୍ଗ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ହଂସଲ ମେହତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍‌ଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଅଭିନୟରେ କାରିୟର ଆରମ୍ଭ କରିବା ପୂର୍ବରୁ ରାଜକୁମାର ଗୁରଗାଓଁର ଏକ ବିଦ୍ୟାଳୟରେ ଡ୍ରାମା ଶିକ୍ଷକ ଭାବେ କାମ କରୁଥିଲେ। ଏ କଥା ନିଜେ ରାଜକୁମାର ଏକ ସାକ୍ଷାତକାରରେ କହିଛନ୍ତି।
ସେ କହିଛନ୍ତି ଯେ, କଲେଜରେ ପାଠ ପଢ଼ିବା ସମୟରେ ମୁଁ ମୋର ପକେଟ ମନି ବଢ଼ାଇବାକୁ ଚାହୁଁଥିଲି। ତେଣୁ ମୁଁ ଗୁରଗାଓଁର ସେକ୍ଟର ୧୪ରେ ଥିବା କେଭି ପବ୍ଲିକ ସ୍କୁଲରେ ଆନୁଆଲ ଫଙ୍କ୍‌ଶନ୍‌ ପାଇଁ ଏକ ନାଟକ ପ୍ରସ୍ତୁତ କଲି। ୩ ମାସ ସେଠାରେ ରହି ଶିକ୍ଷକତା କଲି। ଉକ୍ତ ସମୟରେ ଛାତ୍ରୀଛାତ୍ରମାନେ ମୋତେ ବହୁତ ଭଲ ପାଉଥିଲେ।ଖାଲି ସେତିକି ନୁହେଁ ସେମାନେ ସେମାନେ ବନ୍ଧୁପରି ବ୍ୟବହାର କରୁଥିଲେ ବୋଲି ମଧ୍ୟ ରାଜକୁମାର କହିଛନ୍ତି।

Share