ପୂରଣ ହେଲା ଏକତାଙ୍କ ସ୍ବପ୍ନ

ଏକତା କପୁର ଏବଂ ବିକାଶ ବହଲ ଫିଲ୍ମ ‘ଗୁଡବାୟ’ ମାଧ୍ୟମରେ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଏଥିରେ ମହାନାୟକ ଅମିତାଭ ବଚ୍ଚନ ଏବଂ ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମଦାନାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମର ଶୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଏକତା ବହୁତ ଖୁସି ଅଛନ୍ତି। ଏ ନେଇ ଏକତା ସୋସିଆଲ ମିଡିଆରେ ନିଜର ଖୁସି ପ୍ରକାଶ କରିଛନ୍ତି। ତେବେ ତାଙ୍କ ଖୁସିର କାରଣ ଗୋଟିଏ ନୁହେଁ ବରଂ ଦୁଇଟି। ପ୍ରଥମଟି ତାଙ୍କର ଫିଲ୍ମ ଏବଂ ଦ୍ୱିତୀୟଟି ତାଙ୍କର ସ୍ବପ୍ନ ସତ ହେବାକୁ ଯାଉଛି।
ଏକତା ପିଲାଟି ଦିନରୁ ଅମିତାଭଙ୍କ ସହ କାମ କରିବାକୁ ଚାହୁଁଥିଲେ। ଯାହାକି ଏବେ ପୂରଣ ହେବାକୁ ଯାଉଛି। ଏକତା ଟୁଇଟରରେ ୨ଟି ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ଫିଲ୍ମ ‘ଗୁଡବାୟ’ ପାଇଁ ଶୁଭକାମନା ଜଣାଇଥିବା ବେଳେ ଅନ୍ୟଟିରେ ବାପା ଜିତେନ୍ଦ୍ର ବିଗ୍‌ ବିଙ୍କ ସହ ନଜର ଆସୁଛନ୍ତି। ତେବେ ଏକତାଙ୍କ ଏହି ଫଟୋ ପିଲାଟି ଦିନର। ଏହି ଫଟୋ ଶେୟାର କରି ସେ ନିଜର ଖୁସି ପ୍ରକାଶ କରିଛନ୍ତି।

Share