ପରଦାରେ ‘ଚୁମ୍ବନ’ରେ କରିବାରେ ଅସୁବିଧା ନାହିଁ, କିନ୍ତୁ…

ବଲିଉଡ ଅଭିନେତା ଇମ୍ରାନ ହାସମିଙ୍କୁ ‘ସିରିଏଲ କିସର’ ଆଖ୍ୟା ଦିଆଯାଇଛି। ୨୦୦୩ରେ ‘ଫୁଟପାଥ’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଇମ୍ରାନ ପରେ ଅନେକ ବଡ ଫିଲ୍ମର ଅଂଶ ହୋଇଥିଲେ। ଫିଲ୍ମରେ ଅଭିନୟ ବ୍ୟତୀତ ତାଙ୍କ ବୋଲ୍ଡ ଏବଂ ଚୁମ୍ବନ ଦୃଶ୍ୟ ଯୋଗୁ ସେ ଚର୍ଚ୍ଚାରେ ଥାନ୍ତି। ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଫିଲ୍ମରେ ଚୁମ୍ବନ ଦୃଶ୍ୟ କରିବାରେ ମୋର କୌଣସି ଅସୁବିଧା ନାହିଁ। କିନ୍ତୁ ସବୁବେଳେ ମୁଁ ଏହା କରିବାକୁ ଚାହୁଁନାହିଁି। ଜଣେ ଅଭିନେତା ଭାବରେ ନିଜକୁ ପରୀକ୍ଷା କରିବାକୁ ଚାହେଁ। ଦର୍ଶକ କିନ୍ତୁ ମୋ ବୋଲ୍ଡ ଅନ୍ଦାଜକୁ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।
ଇମ୍ରାନ ଖୁବଶୀଘ୍ର ଫିଲ୍ମ ‘ଚେହେରେ’ରେ ନଜର ଆସିବେ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରିୟା ଚକ୍ରବର୍ତ୍ତୀ, କ୍ରିଷ୍ଟାଲ ଡି’ସୁଜା, ଅମିତାଭ ବଚ୍ଚନ ଏବଂ ଅନୁ କପୁର ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୁମି ଜାଫ୍ରି। ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ସହ ଇମ୍ରାନ ସ୍କ୍ରିନ ଶେୟାର କରୁଛନ୍ତି।

Share