ବଲିଉଡ୍‌ ଫ୍ୟାଶନ ଡିଜାଇନର, ଓଲିଉଡ୍‌ର ପ୍ରଯୋଜିକା

ଭୁବନେଶ୍ୱର,୧୧।୧୧(ଶର୍ମିଷ୍ଠା ପାଣିଗ୍ରାହୀ): ସ୍ବପ୍ନ ପୂରଣ ପାଇଁ ବେଳେବେଳେ ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ପଡ଼େ। ମାତ୍ର ନିଜର ସ୍ବପ୍ନ ଓ ଆଶାକୁ ଅନ୍ୟର ଇଚ୍ଛାଶକ୍ତି ଆଗରେ ଜଣେ ପ୍ରକୃତ ଉଚ୍ଚାଭିଳାଷୀ ମଣିଷ ହିଁ ହାର ମାନିବାକୁ ଦେଇ ନ ଥାଏ। ତେବେ ସବୁ ପ୍ରତିବନ୍ଧକକୁ ଏଡ଼ାଇ ନିଜ ସ୍ବପ୍ନକୁ ସାକାର କରିପାରିଥିବା କେତେଜଣ ସଫଳ ନାରୀଙ୍କ ମଧ୍ୟରେ ରହିଛନ୍ତି ସନ୍‌ଲିସା ପଟେଲ। ଝାରସୁଗୁଡ଼ାରେ ଜନ୍ମିତ ସନ୍‌ଲିସା ବର୍ତ୍ତମାନ ଚର୍ଚ୍ଚାର ଭିଡ଼ରେ ଆଉଏକ ସ୍ବତନ୍ତ୍ର ପରିଚୟ ତିଆରି କରିଚାଲିଛନ୍ତି। ଜଣେ ମହିଳା ପ୍ରଯୋଜକ ଭାବେ ଆରମ୍ଭ କରିଛନ୍ତି ନୂଆ ଯାତ୍ରା। ଏଥିପାଇଁ ସେ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଓଡ଼ିଶା। ପ୍ରଥମଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଯୋଜନା କରି ଓଲିଉଡ୍‌ରେ ପାଦ ଥାପିଛନ୍ତି। ବର୍ତ୍ତମାନ ଅନେକ ସମସ୍ୟାକୁ ସାମ୍ନା କରିଥିଲେ ମଧ୍ୟ ନିଜ ମାଟି ପାଇଁ, ଓଡ଼ିଆ ସିନେମା ପାଇଁ କିଛି କରିବାର ସାହସ ଜୁଟାଇ ଆଗକୁ ବଢ଼ିବାକୁ ଚେଷ୍ଟା ଚଳାଇଛନ୍ତି ସନ୍‌ଲିସା।
ପ୍ରଯୋଜିକା ଭାବେ ଜାଣିବା ପୂର୍ବରୁ ତାଙ୍କର ଆଉଏକ ବଡ଼ ପରିଚୟ ରହିଛି। ବଲିଉଡ୍‌ରେ ଜଣେ ଭଲ ଫ୍ୟାଶନ ଡିଜାଇନର ଭାବେ ସେ ବେଶ୍‌ ଜଣାଶୁଣା। ବଲିଉଡ୍‌ ଷ୍ଟାର୍‌ଙ୍କ ସମେତ ଲୋକପ୍ରିୟ ରିଆଲିଟି ଶୋ ବିଗ୍‌ବସ୍‌ର ଡିଜାଇନ୍‌ ମଧ୍ୟ ସେ କରନ୍ତି। ଦିଲ୍ଲୀରେ ସ୍କେଚ୍‌ ବାଏ ସାନ୍‌ଲିସା ଓ ବିଗ୍‌ ୱେ ପ୍ରଡକ୍ସନ ନାମକ ୨ଟି ସଂସ୍ଥା ସେ ପରିଚାଳନା କରୁଛନ୍ତି। ସନ୍‌ଲିସା କହିଛନ୍ତି, ଇଚ୍ଛା ନ ଥିଲେ ମଧ୍ୟ ଘର ଲୋକଙ୍କ କଥା ମାନି ଇଞ୍ଜିନିୟରି କଲି। ଚାକିରି କରିବା ପାଇଁ ବେଙ୍ଗାଲୁରୁ ଆସିଲି। ଶୀଘ୍ର ବାହାଘର ହୋଇଯିବା ଆମ ଆଡ଼େ ଏକ ପ୍ରଥା ଭଳି ରହିଛି। ଘର ଲୋକଙ୍କ ଇଚ୍ଛାରେ ମୋ ବାହାଘର ଠିକ୍‌ ହେଲା। ନିର୍ବନ୍ଧ ସରିବା ପରେ ମୋତେ ମୋ ସ୍ବାମୀ ସଞ୍ଜୟ ପଟେଲ ଦିନେ ମୋର ଇଚ୍ଛା ବିଷୟରେ ପଚାରିଲେ। ତାଙ୍କୁ ସବୁ କଥା କହିବା ପରେ ସେ ମୋତେ ଅନୁମତି ଦେଲେ ଆଉ କାହାକୁ ନ ଜଣାଇବାକୁ ମଧ୍ୟ କହିଲେ। ମୁଁ ଚାକିରି ଛାଡ଼ିଲି ଆଉ ବେଙ୍ଗାଲୁରୁର ଫ୍ୟାଶନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ୧ବର୍ଷ ପାଇଁ ନାମ ଲେଖାଇଲି। ସଞ୍ଜୟ ମୋତେ ଆର୍ଥିକ ସହାୟତା ମଧ୍ୟ କଲେ। ମୋର ଏକ ଶିଶୁପୁତ୍ର ଜନ୍ମ ହେଲା। ସେ ସ୍କୁଲ ଯିବାକୁ ଆରମ୍ଭ କଲାବେଳେ ମୁଁ ଫ୍ୟାଶନ୍‌ ଡିଜାଇନର୍‌ ଭାବେ ମୋ କ୍ୟାରିୟର୍‌ ଆରମ୍ଭ କଲି। ଧୀରେଧୀରେ ଅନେକ ପ୍ରଶଂସା ସହ ବାହାରେ ନାମ କମାଇବାର ସୁଯୋଗ ମିଳିଲା। ଏବେ ମୁଁ ଦିଲ୍ଲୀରେ ରହି ସେଠାରେ ବିଶେଷ କରି ମେନ୍ସ ୱେୟାର୍‌ ଉପରେ କାମ କରୁଛି। ଆଗକୁ ଓଡ଼ିଶାରେ ମଧ୍ୟ ସ୍କେଚ୍‌ ବାଏ ସାନ୍‌ଲିସାର ଏକ ବ୍ରାଞ୍ଚ ଖୋଲିବେ ବୋଲି ସନ୍‌ଲିସା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri