Advertisement

ଦୃଶ୍ୟମର ନିର୍ଦ୍ଦେଶକଙ୍କ ନିଧନ ମିଥ୍ୟା: ମିଲାପ ଜାଭେରି

ହାଇଦ୍ରାବାଦ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ରୂପେ ପରିଲକ୍ଷିତ ହେବାରେ ଲାଗିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା ସେଲିବ୍ରିଟିଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପରଲୋକ ଘଟିଛି। ଇତିମଧ୍ୟରେ ସୋମବାର ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ସୁପରହିଟ ଫିଲ୍ମ ‘ଦୃଶ୍ୟମ’ର ନିର୍ଦ୍ଦେଶକଙ୍କ ନିଧନ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ତାଙ୍କ ନିଧନ ଖବରକୁ ନିର୍ଦ୍ଦେଶକ ମିଲାପ ଜାଭେରି ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସେ ଏହାକୁ ମିଥ୍ୟା ଖବର ବୋଲି କହିଛନ୍ତି। ସେ ପୂର୍ବରୁ ସୋସିଆଲ ମିଡିଆରେ ପ୍ରଥମେ ନିଶିକାନ୍ତଙ୍କ ମୃତ୍ୟୁ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। କିନ୍ତୁ ପରେ ଆଉ ଏକ ପୋଷ୍ଟରେ ଏହି ଖବରକୁ ମିଥା କହିବା ସହ ନିଶିକାନ୍ତ ଏବେ ଜୀବିତ ଏବଂ ଭେଣ୍ଟିଲେଟରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ବେଳେ ସେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବୋଲି ମିଲାପ କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ୫୦ ବର୍ଷୀୟ ନିଶିକାନ୍ତ ଲିବର ରୋଗରେ ପୀଡ଼ିତ ଅଛନ୍ତି। ହାଇଦ୍ରାବଦର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share