ଘରୁ ପଳାଇ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଫିଲ୍ମ ‘ଗୋଲମାଲ’(୧୯୭୯)ରେ ଉର୍ମି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବିନ୍ଦିୟା ଗୋସ୍ବାମୀଙ୍କର ଆଜି ଅର୍ଥାତ୍‌ ଜାନୁଆରୀ ୬ ହେଉଛି ଜନ୍ମଦିନ। ସେ ନିଜଠାରୁ ୧୨ ବର୍ଷ ବଡ଼ ଜେପି ଦତ୍ତାଙ୍କ ସହ ଘରୁ ପଳାଇ ବିବାହ କରିଥିଲେ। ବିନ୍ଦିୟାଙ୍କ ପରିବାର ଲୋକେ ଏହି ବିବାହ ପାଇଁ ରାଜି ହୋଇ ନ ଥିଲେ। ଏହାର କାରଣ ହେଉଛି ବିନ୍ଦିୟାଙ୍କ ତୁଳନାରେ ଜେପିଙ୍କର ବୟସ ଅଧିକ ଥିଲା। ତେଣୁ ବିନ୍ଦିୟା ୧୯୮୫ରେ ଘରୁ ପଳାଇ ବିବାହ କରିଥିଲେ। ତେବେ ଜେପି ହେଉଛନ୍ତି ବିନ୍ଦିୟାଙ୍କର ଦ୍ୱିତୀୟ ସ୍ବାମୀ।
ବିନ୍ଦିୟାଙ୍କର ପ୍ରଥମ ସ୍ବାମୀ ଥିଲେ ବିନୋଦ ମେହରା। ମାତ୍ର ସେମାନେ ବେସି ଦିନ ଏକାଠି ରହିପାରି ନ ଥିଲେ। ବିନୋଦଙ୍କ ଠାରୁ ଅଲଗା ହେବା ପରେ ବିନ୍ଦିୟା ଜେପି ଦତ୍ତାଙ୍କୁ ବିବାହ କରିଥିଲେ। ତେବେ ଜେପି ଏବଂ ବିନ୍ଦିୟା ପରସ୍ପରର ବିପରୀତ ଥିଲେ। ଜେପି ବହୁତ କମ୍‌ କଥା କହୁଥିବା ବେଳେ ବିନ୍ଦିୟା ଏହାର ବିପରୀତ ଥିଲେ। ଖାଲି ସେତିକି ନୁହେଁ ବିନ୍ଦିୟା ବୁଲାବୁଲି କରିବାକୁ ଭଲ ପାଉଥିବା ବେଳେ ଜେପି ଘରେ ରହିବାକୁ ପସନ୍ଦ କରୁଥିଲେ ବୋଲି ଏକ ସାକ୍ଷାତକାରରେ ବିନ୍ଦିୟା ଏହା କହିଥିଲେ।

Share