ଫିଲ୍ମ ‘ବାହୁବଳୀ’ରେ ଦେବସେନା ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ପାଇଁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଗୋଟିଏ ଫିଲ୍ମ ତାଙ୍କ କ୍ୟାରିୟରକୁ ସବୁଠାରୁ ଉପରେ ପହଞ୍ଚାଇ ପାରିଛି। ଏହା ପରଠାରୁ ସେ ଦକ୍ଷିଣ ଫିଲ୍ମ ନିର୍ମାତାଙ୍କର ପ୍ରଥମ ପସନ୍ଦ ପାଲଟିଯାଇଛନ୍ତି । ଏବେ ତାଙ୍କ ପାଇଁ ସ୍ବତନ୍ତ୍ର ସଂଳାପ ଲେଖାଯାଉଛି।
ନିଜ ଚରିତ୍ରକୁ ପରଦା ଉପରେ ସଫଳ କରିବା ପାଇଁ ଅନୁଷ୍କା ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି। ଗୋଟିଏ ଫିଲ୍ମ ପାଇଁ ଅନୁଷ୍କା ନିଜର ୨୦ କିଲୋ ଓଜନ ବଢ଼ାଇଥିଲେ। ପୁଣିଥରେ ସାଇଜ୍ ଜିରୋ କରିବା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।
୨୦୧୫ରେ ସାଉଥ୍ ଫିଲ୍ମ ନିର୍ଦ୍ଦେଶକ ପ୍ରକାଶ କୋଭେଲାମୁଦୀଙ୍କ ଫିଲ୍ମ ‘ସାଇଜ୍ ଜିରୋ’ ରିଲିଜ୍ ହୋିଥିଲା। ଏଥିପାଇଁ ଅନୁଷ୍କାଙ୍କୁ ନିଜର ୨୦ କିଲୋ ଓଜନ ବଢ଼ାଇବାକୁ ପଡ଼ିଥିଲା। ଏଥିରେ ତାଙ୍କ ଚରିତ୍ର ସ୍ବିଟି ନାମକ ଝିଅର ଥିଲା। ଫିଲ୍ମରେ ସେ ବହୁତ ମୋଟା ଦେଖାଯାଉଥିଲେ। ଏଥିରେ ତାଙ୍କ ସହ ଅଭିନେତା ଆର୍ଯ୍ୟ, ପ୍ରକାଶ ରାଜ, ସୋନଲ ଚୌହାନ ଏବଂ ଉର୍ବଶୀ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ।
Posted inମନୋରଞ୍ଜନ