Advertisement

ଅଭିନୟ କଲେ ଛାଡି ଚାଲିଯିବାକୁ ଧମକ ଦେଇଥିଲେ ଏହି ସଫଳ ଗାୟକଙ୍କ ସ୍ତ୍ରୀ

ବଲିଉଡ୍‌ର ସଫଳ ଗାୟକଙ୍କ ମଧ୍ୟରେ ଅନ୍ୟତମ ଶାନ୍ତନୁ ମୁଖାର୍ଜା ଅର୍ଥାତ୍‌ ଶାନ୍‌। ୩୦ ସେପ୍ଟେମ୍ବର ୧୯୭୨ରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାଠାରୁ ଜନ୍ମ ଗ୍ରହଣ କରିଥିବା ଶାନ୍‌ଙ୍କର ଆଜି ହେଉଛି ଜନ୍ମଦିନ।
ମାତ୍ର ୧୩ ବର୍ଷ ବୟସରୁ ବାପାଙ୍କୁ ହରାଇଥିବା ଶାନ୍‌ ଜଣେ ଗାୟକ ହେବାକୁ କେବେହେଲେ ଚାହିଁ ନ ଥିଲେ। ତାଙ୍କ ପରିବାରର ସମସ୍ତ ସଦସ୍ୟ ସଂଗୀତ ସହ ଜଡିତ ଥିଲେ। ଶାନଙ୍କ ଜେଜେବାପା ଜାହର ମୁଖାର୍ଜୀ ଜଣେ ସଂଗୀତଜ୍ଞ, ବାପା ମାନସ ଜଣେ ସଂଗୀତ ନିର୍ଦ୍ଦେଶକ, ମା’ ଏବଂ ଭଉଣୀ ଗୀତ ଗାୟଥିଲେ। ହେଲେ ଶାନ୍‌ ପିଲାଦିନରୁ ଗୀତ ଗାଇବାକୁ ଭଲ ପାଉ ନ ଥିଲେ। ବାରମ୍ବାର ଗୀତ ଗାଇ ଅସଫଳ ହେବାରୁ ସେ ବିଜ୍ଞାପନ କିମ୍ବା ସାମ୍ବାଦିକତା କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ। ପିଲାଟି ଦିନରୁ ତାଙ୍କୁ ସଂଗୀତରେ ଅନେକ ଅଫର ମିଳିଛି। ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଶାନ୍‌ ଲୋକପ୍ରିୟ ମ୍ୟୁଜିକ୍‌ କମ୍ପୋଜର ଆର୍‌ଡି ବର୍ମାଙ୍କ ପାଇଁ ଗୀତ ଗାଇଛନ୍ତି। ଶାନ୍‌ ହିନ୍ଦୀ ବ୍ୟତିତ ତେଲୁଗୁ, ତାମିଲ, କନ୍ନଡ଼, ବଙ୍ଗାଳୀ, ପଞ୍ଜାବୀ, ମରାଠୀ , ଉର୍ଦ୍ଦୁ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ଏପରିକି ସେ ଏକ ପାକିସ୍ତାନୀ ଫିଲ୍ମ ପାଇଁ ମଧ୍ୟ ଗୀତ ଗାଇଛନ୍ତି।
ଶାନ୍‌ଙ୍କ ଲୋକପ୍ରିୟ ଆଲ୍‌ବମ୍‌ ମଧ୍ୟରେ ଅନ୍ୟତମ ତନ୍‌ହା ଦିଲ୍‌। ଏହି ଆଲବମ୍‌ ରିଲିଜ୍‌ ହେବାକୁ ୩ ବର୍ଷ ସମୟ ଲାଗିଯାଇଥିଲା। ସେ ଅନେକ ସିନେମାରେ ଅଭିନୟ ମଧ୍ୟ କରିସାରିଛନ୍ତି। ହେଲେ ଏହି ସମସ୍ତ ଚରିତ୍ର ଅତିଥି କଳାକାରର। ଯଦି ସେ ଅଭିନୟ କରନ୍ତି ସ୍ତ୍ରୀ ତାଙ୍କୁ ଛାଡି ଚାଲିଯିବେ ବୋଲି ଧମକ ଦେଇଥିବା ଏକ ସାକ୍ଷାତକାରରେ ଶାନ୍‌ କରିଥିଲେ। ଏହା ପରେ ସେ ଅଭିନୟ ଠାରୁ ଦୂରେଇ ଯାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share