୧୫ ବର୍ଷ ଧରି ଡେଟ୍‌ କରିଥିଲେ ମଧ୍ୟ ନାଗାର୍ଜୁନଙ୍କୁ ବିବାହ କରି ନ ଥିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ଆକ୍କିନେନି ନାଗାର୍ଜୁନ। ଆଜି ତାଙ୍କର ଜନ୍ମଦିନ। ୨୯ ଅଗଷ୍ଟ, ୧୯୫୯ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ନାଗାର୍ଜୁନ ୬୧ବର୍ଷରେ ପାଦ ଦେଇଛନ୍ତି। କିନ୍ତୁ ତାଙ୍କ ଫିସ୍‌ନେସ୍‌କୁ ଦେଖିଲେ ଆଜି ବି ସବୁ ହିରୋକୁ ସେ ପଛରେ ପକାଇଦେବେ।
ନାଗାର୍ଜୁନ ସଫଳ ଅଭିନେତା ସାଙ୍ଗକୁ ନିର୍ମାତା, ଟିଭି ଉପସ୍ଥାପକ ଏବଂ ବ୍ୟବସାୟୀ ମଧ୍ୟ ଅଟନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ବ୍ୟତିତ ସେ କେତୋଟି ବଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଅଭିନୟ ସାଙ୍ଗକୁ ତାଙ୍କର ଲଭ୍‌ ଲାଇଫ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ।


ଫିଲ୍ମ ‘ବିକ୍ରମ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଅଗାର୍ଜୁନ। ୧୯୮୪ରେ ସେ ଲକ୍ଷ୍ମୀ ଦଗ୍ଗୁବତୀଙ୍କୁ ପ୍ରଥମ ବିବାହ କରିଥିଲେ। ବିବାହର ୬ ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ସେମାନେ ଅଲଗା ହେବାର କାରଣ ଅଭିନେତ୍ରୀ ଅମଲା ମୁଖାର୍ଜୀ ବୋଲି କୁହାଯାଏ। ଅମଲା ଏବଂ ନାଗାର୍ଜୁନ କେତୋଟି ସିନେମାରେ ଏକତ୍ର କାମ ମଧ୍ୟ କରିଛନ୍ତି। ଫିଲ୍ମର ଶୁଟିଂ ସମୟରେ ଉଭୟ ଆମେରିକାରେ ଥିବାବେଳେ ନାଗାର୍ଜୁନ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପରେ ୧୯୯୨ରେ ସେମାନେ ଚେନ୍ନାଇରେ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ। ନାଗାର୍ଜୁନଙ୍କର ପ୍ରଥମ ସ୍ତ୍ରୀ ଲକ୍ଷ୍ମୀଙ୍କଠାରୁ ଜଣେ ସନ୍ତାନ ନାଗା ଚୈତନ୍ୟ ଏବଂ ଅମଲାଙ୍କଠାରୁ ଅଖିଲ ଅକ୍କିନେନୀ ରହିଛନ୍ତି। ଅମଲାଙ୍କୁ ବିବାହ ପରେ ନାଗାର୍ଜୁନଙ୍କର ବଲିଉଡ୍‌ ଅଭିନେତ୍ରୀ ତବ୍ବୁଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ସେହି ସମୟରେ ଖୁବ୍‌ ଚର୍ଚ୍ଚାରେ ଥିଲେ। ୧୫ ବର୍ଷ ପର୍ଯ୍ୟନ୍ତ ସେମାନେ ପରସ୍ପରକୁ ଡେଟ୍‌ କରିଥିଲେ ବୋଲି କୁହାଯାଏ। କିନ୍ତୁ ସେମାନେ ବିବାହ କରି ନ ଥିଲେ। ଏହାର କାରଣ ନାଗାଜୁନ ପୂର୍ବରୁ ବିବାହିତ ବୋଲି କୁହାଯାଏ।

Share