ମା’ବାପାଙ୍କୁ ଧମକ ଦେଇଥିଲେ କରୀନା: ଜାଣନ୍ତୁ କ’ଣ ପାଇଁ….

ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଅନ୍ୟତମ କରୀନା କପୁର, ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଯୋଡି। ଆଜି ଅର୍ଥାତ୍‌ ଅକ୍ଟୋବର ୧୬ ହେଉଛି ଏହି ଯୋଡିଙ୍କର ୮ତମ ବିବାହ ବାର୍ଷିକୀ।
ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ କରୀନା, ସୈଫ୍‌ ପରସ୍ପରକୁ ଡେଟ୍‌ କରିବା ପରେ ଉଭୟ ୧୨ ଅକ୍ଟୋବର, ୨୦୧୬ରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଯୋଡିଙ୍କର ଗୋଟିଏ ପୁଅ ତୈମୁର ଅଛନ୍ତି। ଏବେ ସେମାନେ ଦ୍ୱିତୀୟ ସନ୍ତାନର ମା’ ବାପା ହେବାକୁ ଯାଉଛନ୍ତି।


ତେବେ ସୈଫ୍‌ଙ୍କୁ ବିବାହ କରିବା କରୀନାଙ୍କ ପାଇଁ ସେତେ ସହଜ ନ ଥିଲା। ଫିଲ୍ମ ‘ତାଶାନ’ର ଶୁଟିଂ ସେଟ୍‌ରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା। ସୈଫ୍‌ଙ୍କୁ ବିବାହ କରିବା ପାଇଁ କରୀନାଙ୍କୁ ନିଜ ମା’ବାପାଙ୍କୁ ରାଜି କରାଇବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। କରୀନା ଗଣମାଧ୍ୟମ ଏବଂ ଚାକଚମଠାରୁ ଦୂରେଇ ସୈଫ୍‌ଙ୍କୁ ବିବାହ କରିବାକୁ ଚାହୁଁଥିବା ପିତା ରଣଧୀର ଏବଂ ମା’ ବବିତାଙ୍କୁ କହିଥିଲେ। ମାତ୍ର ତାଙ୍କର ଏପରି ନିଷ୍ପତ୍ତିଙ୍କୁ ମା’ବାପା ବିରୋଧ କରିଥିଲେ। ଏହିପରି ଭାବେ ବିବାହ ନ କଲେ ସେ ସୈଫ୍‌ଙ୍କ ସହ ଘରଛାଡି ଚାଲିଯିବେ ବୋଲି ମା’ବାପାଙ୍କୁ ଧମକ ଦେଇଥିବା କରୀନା ଏକ ସାକ୍ଷାତକାରରେ କହିଥିଲେ। ଉକ୍ତ ସମୟରେ ଅନେକ ତାଙ୍କୁ ସୈଫ୍‌ଙ୍କ ସହ ବିବାହ ନ କରିବାକୁ କହୁଥିଲେ। ହେଲେ ତାଙ୍କୁ ଯାହା ଠିକ୍‌ ଲାଗିଲା ସେ ସେମିତି କଲେ ବୋଲି କରୀନା କହିଥିଲେ।

 

Share