ଗର୍ବ ଅନୁଭବ କଲେ ଅମିତାଭ: ପିତାଙ୍କ ନାମରେ ହେବ ଏହି ଦେଶର ଏକ ସ୍ଥାନ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ନାମରେ ପୋଲାଣ୍ଡ ତାର ରୋକ୍ଲ ଶହରର ଏକ ସ୍ଥାନର ନାମ ରଖିବ। ଏହି ସୂଚନା ଅମିତାଭ ନିଜର ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ଜଣାଇଛନ୍ତି। ତେବେ ବିଗ୍‌ ବିଙ୍କ ପିତାଙ୍କୁ ଏଠାରେ ସମ୍ମାନୀତ କରିବା ଏହା ପ୍ରଥମ ଘଟଣା ନୁହେଁ। ୨୦୧୯ ମସିହାରେ ୟୁରୋପର ସବୁଠାରୁ ପୂରାତନ ଏକ ଚର୍ଚ୍ଚରେ ହରିବଂଶଙ୍କ ପାଇଁ ପ୍ରାର୍ଥନା କରାଯାଇଥିଲା।
ତେବେ ବିଗ୍‌ ବି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରିଛନ୍ତି। ଉକ୍ତ ଫଟୋରେ ଲେଖାହୋଇଛି, ସ୍କୋୟାର ହରିବଂଶ ରାୟ ବଚ୍ଚନ, ରୋକ୍ଲ। ଏଥିସହ ବିଗ୍‌ ବି ତାଙ୍କ ପୋଷ୍ଟରେ ଲେଖିଛନ୍ତି, ପୋଲାଣ୍ଡ ନିଷ୍ପତ୍ତି ନେଇଛି ଯେ, ରୋକ୍ଲରେ ଏକ ସ୍ଥାନର ନାମ ପିତାଙ୍କ ନାମରେ ନାମିତ କରିବ। ଦଶହରାରେ ଏହାଠାରୁ ଆଉ ଭଲ ଉପହାର ମୋ ପରିବାର ପାଇଁ ଆଉ କିଛି ହୋଇ ପାରିବ ନାହିଁ। ବିଗ୍‌ ବିଙ୍କ ଏହି ପୋଷ୍ଟ ପରେ ତାଙ୍କ ନିକଟକୁ ଶୁଭେଚ୍ଛାରେ ବାର୍ତ୍ତା ଛୁଟୁଛି।

Share