ବେଲି ଡ୍ୟାନ୍ସ କଲେ ଜାନ୍‌ଭି

ବଲିଉଡ୍‌ ଅଭିନେତ୍ରୀ ଜାନଭି କପୁର ନିଜର ଷ୍ଟାଇଲ୍‌ ପାଇଁ ବେଶ୍‌ ଜଣାଶୁଣା। ଫିଲ୍ମ ବ୍ୟତିତ ନିଜର ଫଟୋ ଏବଂ ଭିଡିଓ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କର ଏଭ ପୁରୁଣା ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜାନ୍‌ଭି ବେଲି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଜାନ୍‌ଭିଙ୍କର ଏହି ପୁରୁଣା ଭିଡିଓଙ୍କୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଭିଡିଓକୁ ସେଲିବ୍ରିଟି ଡ୍ୟାନ୍ସ ଟିଚର ସଞ୍ଜନା ମୁଥ୍ରେଜା ନିଜର ଇନ୍‌ଷ୍ଟାଗ୍ରାମ୍‌ ସାଇଡ୍‌ରେ ଶେୟାର କରିଛନ୍ତି। ଶେୟାର ହେବାର ଖୁବ୍‌ କମ୍‌ ସମୟ ମଧ୍ୟରେ ଭିଡିଓଟିକୁ ୨୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଛନ୍ତି।

Share