ବଲିଉଡ୍ ଇଣ୍ଡଷ୍ଟ୍ରିରେ କେତେକ ଷ୍ଟାର୍ କିଡ୍ ଲାଇମ୍ଲାଇଟ୍ରେ ରହିବାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ଏଥିରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ପୁଲାମାନେ ମଧ୍ୟ ଲାଇମ୍ଲାଇନ୍ଠାରୁ ଖୁବ୍ ଦୂରରେ। ଜୁହି ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ଜୁହିଙ୍କ ପୁଅ ଅର୍ଜୁନ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ଜୁହି ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଥିଲେ। ଯାହାକୁ ପୁଅ ଅର୍ଜୁନ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ତେବେ ଜୁହିଙ୍କ ଏହି ସ୍ବତନ୍ତ୍ର ଉପହାର ହେଲା ‘ସ୍ବଚ୍ଛ ବାୟୂ’। ଅର୍ଜୁନଙ୍କ ଜନ୍ମଦିନରେ ଜୁହି ୧ ହଜାର ଗଛ ଲଗାଇ ତାଙ୍କୁ ‘ସ୍ବଚ୍ଛ ବାୟୁ’ ଉପହାର ଦେଇଥିଲେ। ଏବେ ସୋସିଆଲ ମିଡିଆରେ ଜୁହି ଏହା ଜଣାଇବା ସହ ପୁଅ ସହ ନିଜର ଏକ ଫଟୋ ଶେୟାର କରିଛନ୍ତି।