ଶାଢ଼ି ବଦଳରେ ଏମିତି ପୋଷାକ ପିନ୍ଧି ଟ୍ରୋଲ ହେଲେ କଙ୍ଗନା

ବଲିଉଡ୍‌ର ପଙ୍ଗା କୁଇନ୍‌ କୁହାଯାଉଥିବା କଙ୍ଗନା ରଣାଓ୍ବତ୍‌ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସୋସିଆଲ ମିଡିଆରେ ନିଜର ବିବୃତ୍ତି ପାଇଁ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ନିକଟରେ କୃଷକ ଆନ୍ଦୋଳନ ଉପରେ ବିବୃତ୍ତି ରଖି ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ଶାଢ଼ି, ଡ୍ରେସ୍‌ ବଦଳରେ ବିକିନି ପିନ୍ଧା ଏକ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାକୁ ନେଇ ଏବେ ପୁଣିଥରେ ସେ ଚର୍ଚ୍ଚାରେ ରହିଛନ୍ତି।
ଫଟୋରେ କଙ୍ଗନା ନାଲ ରଙ୍ଗର ଏକ ବିକିନି ପିନ୍ଧି ସମୁଦ୍ର କୂଳରେ ବସିଥିବାର ନଜର ଆସିଛନ୍ତି। ସେ କ୍ୟାମେରାକୁ ପଛକରି ବସିଛନ୍ତି। ଫଟୋ ଶେୟାର କରି କଙ୍ଗନା କ୍ୟାପଶନରେ ଲେଖିଛନ୍ତି, ଶୁଭ ସକାଳ ବନ୍ଧୁମାନେ। ମୁଁ ମୋ ଜୀବନରେ ଯାଇଥିବା ସବୁଠାରୁ ଉତ୍ସାହିତ ସ୍ଥାନ ହେଉଛି ମେକ୍ସିକୋ। ଏହା ବହୁତ ସୁନ୍ଦର, କିନ୍ତୁ ଅପ୍ରତ୍ୟାଶିତ ସ୍ଥାନ ବୋଲି ସେ ଲେଖିଛନ୍ତି। କଙ୍ଗନାଙ୍ଗ ଏହି ଫଟୋକୁ କିଛି ପ୍ରଶଂସକ ପସନ୍ଦ କରୁଥିବା ବେଳେ ଆଉ କେତେକ ତାଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜର କଙ୍ଗନାଙ୍କୁ ନକଲି ଝାନ୍‌ସୀ ରାଣୀ ବୋଲି କହିଛନ୍ତି।

Share