ଅପେକ୍ଷାରେ କରିନା

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ପାଇଁ ଶେୟାର କରିଥାନ୍ତି। ନିକଟରେ ତାଙ୍କର ଏକ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ କରିନାଙ୍କୁ କଳା ରଙ୍ଗର ଏକ ଡ୍ରେସ୍‌ ପିନ୍ଧି ସୋଫା ଉପରେ ବସି ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି। ଏହି ଫଟୋକୁ ନିଜେ କରିନା ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। କ୍ୟାପଶନରେ ଲେଖିଛନ୍ତି, ‘ମୁଁ ଅପେକ୍ଷା କରିଛି’। ଏହାକୁ ପ୍ରଶଂସକମାନେ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି।

Share